ମଦ ମାଂସର ବନ୍ୟା କରି ବିଜେଡି ଜିତିଛିି: ସାଲୁଜା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ବିଜେଡି ବିରୋଧୀଙ୍କୁ ମାତ ଦେଇ ବହୁତ ଅଧିକ ବ୍ୟବଧାନରେ ଜିତିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । ତେବେ ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ବିଜେଡି ଅର୍ଥବଳରେ ବିଜେଡି ସମସ୍ତ ଭୋଟରେ ଜିତିଛି । ନିର୍ବାଚନରେ ଲଢିବା ପାଇଁ ବିଜେପି ପ୍ରତି ପ୍ରାର୍ଥୀଙ୍କୁ ୧୫ ରୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ଦିଆଯାଇଛି। ଯେଉଁ ଭଳି ଭାବରେ ବିଜେଡି ଖର୍ଚ୍ଚ କରିଛି ସେହି ଭଳି ଭାବେ ପଶ୍ଚିମ ଓଡ଼ିଶାରେ ବିଜେଡି ମଧ୍ୟ ଜିତିଛି। ଧନବଳ, ବାହୁବଳରେ ଚଳିତ ନିର୍ବାଚନରେ ବିଜେଡି ସରକାରୀ ସରକାରୀ ଟଙ୍କା ପଠାଇ ସମସ୍ତ ନିର୍ବାଚନ ମଣ୍ଡଳୀରେ ଜିତିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଯଦି ମୁକ୍ତ ଓ ଅବାଧ ନିର୍ବାଚନ ହୋଇଥାନ୍ତା, ତେବେ ଏଠି ମଧ୍ୟ କଂଗ୍ରେସ ଏବଂ ବିଜେପିର କିଛି ପ୍ରାର୍ଥୀ ଜିତିଥାନ୍ତେ। ବିଧାୟକ ସନ୍ତୋଷ ସିଂ ସାଲୁଜା ଆହୁରି କହିଛନ୍ତି ଯେ ଯଦି ଓଡ଼ିଶାରେ ବିଜେପି ହାରିଛି, ତେବେ ବିଜେପିକୁ ଝାରଖଣ୍ଡ କିମ୍ବା ଛତିଶଗଡ଼ ସରକାରୁ କୌଣସି ସହଯୋଗ ମିଳିନାହିଁ।

ଆମ ଅଞ୍ଚଳ ସମେତ ଅନେକ ସ୍ଥାନରେ ଚଳିତ ନିର୍ବାଚନରେ ବିଜେଡି ଟ୍ରକ ଟ୍ରକ ମଦ ବେପାର କରି ଗାଁ ଗାଁର ପହଞ୍ଚାଇବା ଭଳି କାମ କରିଛି।ମଦ ମାଂସର ବନ୍ୟା କରି ଜିତିଛି ବିଜେଡି। ମଦ, ପଇସା, ମାଗଣା ଯୋଜନା ଦେଇ ଜନସାଧାରଣଙ୍କୁ ଗୋଟିଏ ପ୍ରକାରର କବଳିତ କରି ସାରିଲାଣି ବିଜେଡି। ତେଣୁ ସେ ଆଗରେ ଅଛି ବୋଲି ମଧ୍ୟ ଶ୍ରୀ ସାଲୁଜା କହିଛନ୍ତି। ତେବେ ଏସବୁ ଭିତରେ ସତ କଥା ହେଲା ଧନବଳ, ବାହୁବଳ, ସରକାରୀ ଦଳ ବିଜେଡି ସେଇଥି ପାଇଁ ଆଗରେ ବୋଲି ଟିପ୍ପଣି କରିଛନ୍ତି ଶ୍ରୀ ସାଲୁଜା। ୯୦ ପ୍ରତିଶତ ସ୍ଥାନରେ ଲୋକମାନେ ଏସବୁ ସୁବିଧା ଓ ପ୍ରଲୋଭନ ଦେଖି ଭୋଟ ଦେଇଛନ୍ତି । ତେଣୁ ବିଜେଡି ଜିତିଛି ବୋଲି କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts