ନବୀନଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସ୍ ସର୍ଜରୀ ଉପରୁ ବିଜେଡିର ରାଜନୈତିକ ମାଇଲେଜ୍


ସତ୍ୟ ପ୍ରକାଶ ନାୟକ
ଭୁବନେଶ୍ୱର | ୨୩ ଜୁନ୍: ମୁମ୍ବାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସ୍ ଚିକିତ୍ସା କୁ ନେଇ, ବିଜେଡି ଏଥିରୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ଉଦ୍ୟମ କରୁଛି ବୋଲି ଅଭିଯୋଗ ଉଠିଛି।

ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସର୍ଜରୀ ଏବେ ରାଜ୍ୟସାରା ଚର୍ଚ୍ଚାର ଟପିକ୍ ହୋଇଥିବାବେଳେ, ବିଜେଡି ନେତାମାନେ ଏହି ଘଟଣାକୁ ଭାବନାତ୍ମକ ଅଭିଯାନରେ ପରିଣତ କରିଛନ୍ତି। ସର୍ଜରୀ ପାଇଁ ନବୀନ ନିବାସରୁ ବିଦାୟ ନେଇ ମୁମ୍ବାଇ ଯିବା ସମୟରେ ନିବାସ ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବରେ ବିଜେଡିର ଶତାଧିକ ନେତା, ସାଂସଦ, ବିଧାୟକ ଓ ସମର୍ଥକଂକ ଅସଂମ୍ଭବ ଭିଡ଼ ଏ ଘଟଣାକୁ ଆହୁରି ରୋଚକ କରିଛି
। ସୋସିଆଲ ମିଡିଆରେ ଯେଉଁ ସବୁ ସ୍ଲୋଗାନ ଓ ରିଲ୍ସ୍ ଭାଇରାଲ ହେଉଛି ତାହା ହେଲା- “ନବୀନଙ୍କ ବଳିଦାନ” ଓ “କଷ୍ଟରେ ଥିଲେ ମଧ୍ୟ ନିରନ୍ତର କାମ କରୁଥିଲେ”, “ସାଢେ ୪ କୋଟି ଓଡିଆଂକ ହୃଦସ୍ପନ୍ଦନ” ବୋଲି ବିଜେଡି ପକ୍ଷରୁ ବିଭିନ୍ନ ପୋଷ୍ଟ ଓ ଭିଡିଓ ଦେଖାଯାଉଛି।

ବିଶ୍ଳେଷକମାନଙ୍କ କହିବା ଅନୁଯାୟୀ, ବିଜେଡିର ଏହି ଉଦ୍ୟମ ନବୀନଂକ ସ୍ୱାସ୍ଥ୍ୟ ନେଇ ଚିନ୍ତା ଅପେକ୍ଷା ଏହା ଏକ ରାଜନୈତିକ ରଣନୀତି ବୋଲି ଅଧିକ ପ୍ରତୀୟ ହେଉଛି।
ନିର୍ବାଚନରେ ହାର୍ ପରେ ଦଳ ଓ ଲୋକଂକ ଭିତରେ ଭାବନାତ୍ମକ ସଂଯୋଗ ଫେରାଇବା ପାଇଁ ବିଜେଡି ନବୀନଂକ ସର୍ଜରୀକୁ ନେଇ ଏହି ପ୍ରୟାସ କରୁଛି ବୋଲି ଅନେକଙ୍କ ମତ।

ଏଥିପାଇଁ ଏକ ପ୍ରଶ୍ନ ବି ଉଠୁଛି – “୨୪ ବର୍ଷ ଶାସନ କଲା ବିଜେଡି, ତେବେ ଓଡ଼ିଶାରେ ନବୀନ ଏକ ବିଶ୍ୱସ୍ତରୀୟ ଡାକ୍ତରଖାନା କାହିଁକି ତିଆରି କରିପାରିଲେ ନାହିଁ?”

ଗୁରୁତ୍ବପୂର୍ଣ କଥାହେଲା, ବିଜେପିର ନୀରବତା। ବିଜେପି ଏ ପର୍ଯ୍ୟନ୍ତ ଏନେଇ କୌଣସି ରାଜନୈତିକ ବକ୍ତବ୍ୟ ଦେଉନାହିଁ। ଅବଶ୍ୟ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଶୁଭେଚ୍ଛା ଜଣାଇଛନ୍ତି।
କେତେକଂକର ପ୍ରଶ୍ନ ଯେ, ଯେଉଁ ନବୀନ ନିଜର ବ୍ୟକ୍ତିଗତ ଜୀବନକୁ ଅତ୍ୟନ୍ତ ଗୋପନୀୟ ରଖନ୍ତି ସେ ପୁଣି କିଭଳି ସ୍ବାସ୍ଥ୍ୟ ଚିକିତ୍ସା କୁ ସର୍ବସାଧରଣ କରିବାକୁ ପସନ୍ଦ କଲେ?

ଏଥିପାଇଁ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି – ନବୀନଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ଆଳ କରି ବିଜେଡି ଦଳ ଆଉଥରେ ଲୋକମାନଙ୍କ ଭାବନା ଜିତିପାରିବ କି, ନା ବିପରୀତ ଭାବରେ ଆହୁରି ପଛକୁ ଯିବ?

ସମୟ ଏହାର ଉତ୍ତର ଦେବ, କି ଏହି ଭାବନାତ୍ମକ ରାଜନୈତିକ ରଣନୀତି ବିଜେଡିର କ୍ଷୟବର୍ଦ୍ଧିଷ୍ନୁ ପ୍ରତିଷ୍ଠା ଓ ପତିଆରାକୁ ଫେରାଇପାରିବ କି ନାହିଁ।

Related Posts