ଆରମ୍ଭ ହେଲା ବିଜେଡିର ଜନସଂପର୍କ ପଦଯାତ୍ରା, ଶୁଭାରମ୍ଭ କରି ସମସ୍ତ କର୍ମୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆରମ୍ଭ ହେଲା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା। ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରଗିଲ ବସ୍ତିରେ ପଦଯାତ୍ରା କରି ଏହାର ଶୁଭାରମ୍ଭ କରିଛନ୍ତି। ଆଜି ଠାରୁ ମାସେ ବ୍ୟାପି ଅର୍ଥାତ୍ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଚାଲିବାକୁ ଥିବା ବେଳେ ସମସ୍ତ ଦଳୀୟ କର୍ମୀଙ୍କ ସହଯୋଗ ଲୋଡିଚନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର କାର୍ଗିଲ ବସ୍ତିରେ ଏନେଇ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ କର୍ମୀଙ୍କୁ ସମ୍ବୋଧନ କରିଥିଲେ ନବୀନ । ସମସ୍ତେ ସହଯୋଗ କରିବା ସହ ପଦଯାତ୍ରା ସଫଳ ପାଇଁ ଆହ୍ବାନ ଦେଇଛନ୍ତି। ନିକଟରେ ଭୁବନେଶ୍ଵର ବରମୁଣ୍ଡା ପଡିଆରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ପଦଯାତ୍ରା ନେଇ ବିସ୍ତୃତ ରୋଡ ମ୍ୟାପ ସ୍ଥିର ହୋଇଥିବା ବେଳେ ସେହି ଆଧାରରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦଳ ସ୍ଥିର କରିଛି। ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯିବ ବିଜେଡି।

Related Posts