ବିଜେବି ମହାବିଦ୍ୟାଳୟରୁ ପୁଣି ଆସିଲା ରାଗିଂ ଅଭିଯୋଗ, ସିନିୟର ଛାତ୍ର ମାଡ଼ ମାରିଥିବା ନେଇ ଥାନାରେ ଏତଲା ଦେଲେ ଛାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ରାଜଧାନୀ ଭୁବନେଶ୍ୱରର ବିଜେବି କଲେଜରୁ ରାଗିଂ ଅଭିଯୋଗ ଆସିଛି । ଗତ ୨ ତାରିଖରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ରୁଚିକାଙ୍କ ସୁଇସାଇଡ୍ ନୋଟରେ ତିନିଜଣ ସିନିୟର ଛାତ୍ରୀଙ୍କ ନାମ ଉଲ୍ଲେଖ ରହିଥିଲା । ଏହା ମଧ୍ୟରେ ଅନେକ ବିକ୍ଷୋଭ, ଧର୍ମଘଟ, ଆନ୍ଦୋଳନ ଜାରି ଚାଲିଥିଲେ ହେଁ ରୁଚିକାଙ୍କୁ ନ୍ୟାୟ ମିଳିପାରିନି ।ତେବେ ଆଜି ପୁଣି ବିଜେବିରୁ ପୁଣି ଏକ ରାଗିଂ ଖବର ଆସିଛି । ଆମ୍ବେଦକର ଛାତ୍ରାବାସର ଜଣେ ଛାତ୍ରଙ୍କୁ ରାଗିଂ କରାଯିବା ସହ ତାଙ୍କଠାରୁ ୨ ହଜାର ଟଙ୍କା ହଡ଼ପ କରାଯାଇଛି । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାଣିଜ୍ୟ ଛାତ୍ର ରାଗିଂର ଶିକାର ହୋଇଛନ୍ତି । ଏଥିସହିତ ତାଙ୍କୁ ୩ ଜଣ ସିନିୟର ଛାତ୍ର ମିଶି ମାଡ଼ ମାରିଛନ୍ତି । ଏନେଇ ଛାତ୍ର ଜଣଙ୍କ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାୟର କରିଥିବା ଜଣାପଡ଼ିଛି ।

Related Posts