ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାଂସଦ ରାଘବ ଚଢାଙ୍କ ଆପ ଦଳରୁ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଦିଲ୍ଲୀର ପୂର୍ୱତନ ମୁଖ୍ୟମନ୍ତ୍ରୀ ଏବଂ ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ପ୍ରତିକ୍ରିୟା ଜାରି କରିଛନ୍ତି। ତେବେ Xରେ ଏକ ପୋଷ୍ଟରେ ବିଜେପିକୁ କଟାକ୍ଷ କରି ଅରବିନ୍ଦ କେଜରିୱାଲ କହିଛନ୍ତି, ବିଜେପି ପୁଣି ଥରେ ପଞ୍ଜାବର ଲୋକଙ୍କୁ ବିଶ୍ୱାସଘାତକତା କରିଛି ବୋଲି କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ରାଘବ ଚଢା କହିଛନ୍ତି, ମୁଁ ନିଶ୍ଚିତ କରୁଥିଲି ଯେ ସବୁକିଛି ଭଲ ଭାବରେ ଘଟେ। ମୁଁ ଦଳର କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିଥିଲି କାରଣ ମୁଁ ସେମାନଙ୍କ ଭୁଲରେ ସାମିଲ ହେବାକୁ ଚାହୁଁ ନଥିଲି। ମୁଁ ସେମାନଙ୍କ ଭୁଲରେ ଭାଗ ନେବାକୁ ମନା କରିଦେଇଥିଲି, ତେଣୁ ମୁଁ ସେମାନଙ୍କ ବନ୍ଧୁତାର ଅଯୋଗ୍ୟ ବୋଲି ବିବେଚିତ ହୋଇଥିଲି। ଆମ ପାଖରେ କେବଳ ଦୁଇଟି ବିକଳ୍ପ ବାକି ଥିଲା, ସମ୍ପୂର୍ଣ୍ଣ ରାଜନୀତି ଛାଡିଦେବା, କିମ୍ବା ସକାରାତ୍ମକ ରାଜନୀତିରେ ସାମିଲ ହେବା ପାଇଁ ଆମର ଅଭିଜ୍ଞତାକୁ ବ୍ୟବହାର କରିବା। ଫଳସ୍ୱରୂପ, ଆମେ ନିଷ୍ପତ୍ତି ନେଇଥିଲୁ ଯେ ରାଜ୍ୟ ସଭାରେ ଦୁଇ-ତୃତୀୟାଂଶ ଏଏପି ଏମପି ଭାଜପାରେ ମିଶିଯିବେ ବୋଲି କହିଛନ୍ତି। ରାଘବ ଚଢା, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ହରଭଜନ ସିଂ, ସନ୍ଦୀପ ପାଠକ, ବିକ୍ରମଜିତ୍ ସିଂ ସାହନି, ରାଜେନ୍ଦ୍ର ଗୁପ୍ତା ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
