ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ଦଳ ଛାଡିଲେ ଅଶୋକ ପାଣିଗ୍ରାହୀ

ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ । ବହୁଦିନର ଚର୍ଚ୍ଚାରେ ପଡ଼ିଲା ପୁର୍ଣ୍ଣଛେଦ । ଶେଷରେ ବିଜେପିକୁ ବାଏ ବାଏ କଲେ ବିଜେପୁରର ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ପଦ୍ମ ଶିବିର ଛାଡ଼ିଲେ ଅଶୋକ ।

ବିଜେପୁର ଉପ ନିର୍ବାଚନରେ ବିଜେପି ସନତ ଗଡ଼ତିଆଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଯେଉଁଥିପାଇଁ ଜାତୀୟ ସ୍ତରରେ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଅସନ୍ତୋଷ ଥିବା ଅଶୋକ ବାରମ୍ବାର ଗଣମାଧ୍ୟମ ଆଗରେ ବିଜେପି ବିରୋଧରେ ଅଣଦେଖା କରୁଥିବା ଅଭିଯୋଗ କରି ଆସୁଥିଲେ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଛନ୍ତି । ଗତ ସାଧାରଣ ନିର୍ବାଚନ ଓ ଉପ ନିର୍ବାଚନରେ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନାହିଁ । ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ନିର୍ବାଚନରେ ବିଜେପି ସପକ୍ଷରେ କିମ୍ବା ବିପକ୍ଷରେ ପ୍ରଚାର କରିବେ କି ନାହିଁ କର୍ମୀଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦୧୮ ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅଶୋକ ପାଣିଗ୍ରାହୀ ଇସ୍ତଫା ଦେଇଥିଲେ । ଏହା ପରେ ସେ ୨୦୧୭ ଅକ୍ଟୋବର ୨ରେ ବିଜେପିରେ ଯୋଗ ଦେଇଥିଲେ ।

Related Posts