ଧିକ୍‌ #ମୋ ସରକାର: ୨ ପୋଲିସ ଅଧିକାରୀ ଗଣଦୁଷ୍କର୍ମ ଅଭିଯୁକ୍ତ

ସାମ୍ନାକୁ ଆସିଲା ଓଡ଼ିଶା ପୋଲିସ ଇତିହାସର କଳଙ୍କିତ ଅଧ୍ୟାୟ । ଏପଟେ ‘ମୋ ସରକାର’ ସେପଟେ ୨ ପୋଲିସ ଅଧିକାରୀଙ୍କ ନାଁରେ ଗଣଧର୍ଷଣ ଏତଲା । 5-Tକୁ ନେଇ ଟୋପି ବିକାଳିଙ୍କ ହାଟ ଚାଲିଥିବା ବେଳେ ସାମ୍ନାକୁ ଆସିଛି ପୋଲିସର ପାଖଣ୍ଡି ଚେହେରା । ରକ୍ଷକ କିଭଳି ରାକ୍ଷସ ସାଜେ ତାହା ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ 3 ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ 2 ଜଣଙ୍କୁ ହତ୍ୟା ମାମଲାରୁ ଜଣାଯାଏ ।

ଓଡ଼ିଶା ମାନବାଧିକାର କମିସନଙ୍କ ତାଗିଦ ପରେ ଆଖି ଦେଖାଣିଆ ମାମଲା ରୁଜୁ କରିଛି ପୋଲିସ । ଘଟଣାକୁ 3 ବର୍ଷ ବିତିଯାଇଥିଲେ ବି କାହାକୁ ସମନ କରାଯାଇନି । କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି । ପୀଡ଼ିତାଙ୍କ ଏତଲାରେ ଥିବା ଅଭିଯୁକ୍ତଙ୍କ ନାଁରେ ବି FIR କରିନି ପୋଲିସ। ଏହି ଘଟଣା ‘ମୋ ସରକାର’ର କଳଙ୍କିତ ଖୁଲାସା କରିଛି । ଗୋଟିଏ ପଟେ କ୍ୟାମେରା ସାମ୍ନାରେ ‘ମୋ ସରକାର’ ଡ୍ରାମା ଜୋରସୋରେ ଚାଲିଛି । ଥାନା ଓ ପୋଲିସକୁ ଲୋକଙ୍କ ନିକଟତର କରିବା କଥା କୁହାଯାଉଛି । 5-Tକୁ ଗୁରୁତ୍ବ ଦେଇ ଥାନାରେ ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା କଥା କୁହାଯାଉଛି । ଲୋକଙ୍କୁ ଭଲ ବ୍ୟବହାର କରିବା ପାଇଁ ମଧ୍ୟ  ନିର୍ଦ୍ଦେଶ ଦେଉଛନ୍ତି । ଲୋକଙ୍କୁ ଫୋନ କରି ସମସ୍ୟା ବୁଝିବା ସହ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା କୁହାଯାଉଛି । ଏଥିପାଇଁ 5-T ସଚିବ ମଧ୍ୟ ନିଯୁକ୍ତ ହୋଇଛନ୍ତି । 5-T ସଚିବ ଚାରିଆଡେ ବୁଲି ‘ମୋ ସରକାର’ର ପ୍ରଚାର କରୁଛନ୍ତି । କିନ୍ତୁ ଅନ୍ୟ ପଟେ ପୋଲିସ ମହିଳାଙ୍କୁ ଘରୁ ଡାକିଆଣି ଗଣଦୁଷ୍କର୍ମ କରୁଛି । ଏଭଳି କଳଙ୍କିତ ଓ ଛାତି ଥରେଇ ଦେଲା ଭଳି ଖବର ଯାହା ଓଡ଼ିଶା ପୋଲିସର ସୈତାନ ଚେହୋରକୁ ସାମ୍ନାକୁ ଆଣିଛି । ଏହି ଘଟଣା ବାବଦରେ କିମ୍ବା କାର୍ଯ୍ୟାନୁଷ୍ଠାନ ବାବଦରେ ‘ମୋ ସରକାର’ର ପ୍ରବକ୍ତା ବା 5-T ସଚିବ ନିରବ ରହିବା ସୂଚଉଛି ଯେ ‘ମୋ ସରକାର’ର ଡ୍ରାମାବାଜି ଟୋପି କିଭଳି ଲୋକଙ୍କୁ ବିକାଯାଉଛି ।

ଏପର୍ଯ୍ୟନ୍ତ 5-ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଚୁପ୍‌ କାହିଁକି ?

ଭେଡେନ ଥାନା ଅଧିକାରୀ ଓ ବରଗଡ଼ ଏସ୍‌ପିଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେବେ କି ?

ଭେଡେନ ଥାନା ଅଧିକାରୀ ଓ ବରଗଡ଼ ଏସ୍‌ପିଙ୍କଠାରୁ ଜବାବ ତଲବ କାହିଁକି କରିନାହାନ୍ତି ?

3 ବର୍ଷ ଧରି ଘଟଣାକୁ ଚାପି ଦେଲା ପୋଲିସ କାହିଁକି ?

ଗୃହମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଥିଲେ ପାଣ୍ଡିଆନ ଏହି ଘଟଣା ପାଇଁ ଗୃହ ବିଭାଗ ନିଜକୁ ଉତ୍ତରଦାୟୀ କରିବ କି ?

ଦଳିତଙ୍କ ପ୍ରତି ଅତ୍ୟାଚାର ଓ ଗଣବଳାତ୍କାର ଘଟଣାରେ ବରଗଡ଼ ଜିଲ୍ଲା ପୋଲିସ ଦୁଇ ପୋଲିସ ଅଧିକାରୀଙ୍କ ନାଁରେ FIR କରିଛି । ସେମାନେ ହେଲେ ଭେଡେନ ଥାନା ଅଧିକାରୀ ମମତା ନାୟକ ଓ ସବ୍‌ ଇନ୍ସପେକ୍ଟର ଦିଲୀପ ବେହେରା । ଏହି ମାମଲା ଆଇନର ସ୍ବାର୍ଥ ଦୃଷ୍ଟିରୁ କରାଯାଇନାହିଁ । ବାସ୍ତବରେ ମାନବାଧିକାର କମିସନଙ୍କ ତାଗିଦ ବାଧ୍ୟ ହୋଇ ପୋଲିସ ମାମଲା ରୁଜୁ କରିଛି । ହେଲେ ଅସଲ ଘଟଣା ହେଉଛି 3 ବର୍ଷ ତଳର ।

ପ୍ରଜାକୋର୍ଟରେ ବାସନ୍ଦ ହୋଇଥିବା ଭେଡେନ ଥାନା ଅଞ୍ଚଳର ଗୋଟିଏ ପରିବାରର 3 ଜଣ ମହିଳାଙ୍କୁ 23.09.2016ରେ ଭେଡେନ ଥାନାର କିଛି ପୋଲିସ କର୍ମଚାରୀ ମହିଳାଙ୍କୁ ଘରୁ ପୋଲିସ ଭ୍ୟାନରେ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ପରେ ଗାଁ ଲୋକଙ୍କ ନିକଟରେ ଉକ୍ତ ମହିଳାମାନଙ୍କୁ ଛାଡ଼ିଦେଇଥିଲେ । କିଛି ଗାଁ ଲୋକ ମଧ୍ୟ 10 ଦିନ ଯାଏ ଜଙ୍ଗଲରେ ରଖି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସିଆସିଥିବା ବେଳେ ଅନ୍ୟ 2 ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଏହା ପରେ ଖସି ଆସିଥିବା ମହିଳା ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ । 2017 ମସିହାରେ ଉକ୍ତ ମହିଳାଙ୍କ ଭାଇ ବରଗଡ଼ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ 19 ଜୁଲାଇ 2017ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା ।

ଆଇନଜିବୀ ନିଶିକାନ୍ତ ମିଶ୍ରଙ୍କ ଜରିଆରେ ଅଭିଯୋଗକାରିଣୀ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚି ଘଟଣାରେ ପୋଲିସ ଓ କିଛି ଗାଁ ଲୋକଙ୍କ ହାତ ରହିଥିବା ଅଭିଯୋଗ କରିଥିଲେ । ବରଗଡ଼ ଏସ୍‌ପି ନିର୍ଦ୍ଦେଶ ଦେବା ପରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ଗତମାସ 23 ତାରିଖରେ ପୀଡ଼ିତଙ୍କ ଏତଲା ଆଧାରରେ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ଦିଆ ନଯିବ ତାହା ଜଣାଇବାକୁ ବରଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ OHRC

ଭେଡେନ ଗଣବଳାତ୍କାର ମାମଲାରେ ପୋଲିସ ମାନବାଧିକାର ଉଲ୍ଲଘଂନ କରିଛି ବୋଲି କହିଥିଲେ । ପୀଡ଼ିତଙ୍କ ଏତଲା ଆଧାରରେ ମାମଲା ରୁଜୁ କରିନଥିବାରୁ ପୋଲିସ ସେପ୍ଟେମ୍ବର 20ରେ ଦେଇଥିବା ରିପୋର୍ଟକୁ କମିସନ ଅଗ୍ରାହ୍ୟ କରିଥିଲେ । ପୋଲିସ ନିୟମ ଅନୁସାରେ କାମ କରିନଥିବାରୁ ପୀଡ଼ିତଙ୍କର ମାନାବଧିକାର କ୍ଷୁର୍ଣ୍ଣ ହୋଇଛି । ତେଣୁ ଅଭିଯୋଗକାରୀ 2017ରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ OHRC

Related Posts