ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡି ଗିରଫ

୬୦୦ କୋଟି ଟଙ୍କାର ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ବେଙ୍ଗାଲୁରୁର ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡି । ନଭେମ୍ବର ୨୪ ତାରିଖ ଯାଏ ନ୍ୟାୟିକ ହାଜତକୁ ପଠାଯାଇଛି ତାଙ୍କୁ । ରିପୋର୍ଟ ଅନୁସାରେ ୬୦୦ କୋଟି ଟଙ୍କାର ଦୁର୍ନୀତିରେ ଫସିଥିବା ଆମ୍ବିଡେଣ୍ଟ ଗ୍ରୁପ୍ ନାମକ ଏକ ଘରୋଇ କଂପାନି ବିରୋଧରେ ଚାଲିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତକୁ ରୋକିବା ଲାଗି ପ୍ରତିଶ୍ରୁତି ଦେଇ ରେଡ୍ଡି ତାଙ୍କ ସହ ଏକ ବୁଝାମଣା କରିଥିଲେ । ଏହି ବୁଝାମଣା ପାଇଁ ତାଙ୍କୁ ୧୮ କୋଟି ଟଙ୍କାର ସୁନା ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ନଭେମ୍ବର ୧୧ ତାରିଖରେ ହାଜର ହେବାକୁ ତାଙ୍କୁ ନୋଟିସ୍ ଦିଆଯାଇଥିଲା । ଏହାପରେ ଶନିବାର ସନ୍ଧ୍ୟାରେ ସେ ପଚରାଉଚରା ପାଇଁ ହାଜର ହୋଇଥିଲେ । ପଚରାଉଚରା ପରେ ରବିବାର ତାଙ୍କୁ ଗିରଫ କରାଯାଇଛି ।

Related Posts