ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ପାଇଁ ଦାବି କଲେ ବିଜେପି ନେତା କିରିଟ ସୋମୌୟା; ହାଇକୋର୍ଟରେ ଦାୟର କଲେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମାୟା ବମ୍ବେ ହାଇକୋର୍ଟରେ ହାଜର ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ପିଆଇଏଲ ଦାଖଲ କରିଛନ୍ତି। ଏହା ମାଧ୍ୟମରେ ସେ ସମ୍ପତ୍ତିର ତଦନ୍ତ ଦାବି କରିଛନ୍ତି। ତେବେ, ଏପର‌୍ୟ୍ୟନ୍ତ ଏହି ପିଆଇଏଲର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନାହିଁ । ଏହି ସମ୍ପତ୍ତିକୁ ମହାରାଷ୍ଟ୍ରର ରାୟଗଡ଼ର ମୁରୁଦ ତାଲୁକାରେ ସିଏମ ଠାକରେଙ୍କ ସ୍ତ୍ରୀ ଏବଂ ଶିବସେନା ବିଧାୟକ ରବିନ୍ଦ୍ର ୱାଇକରଙ୍କ ପତ୍ନୀ ମନୀଷା ଏକାଠି କିଣିଥିବାର ଅଭିଯୋଗ ହୋଇଛି । ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ପତ୍ତିର ତଦନ୍ତ ପାଇଁ ବିଜେପି ନେତା ଦାବି କରିଛନ୍ତି । ଏହା ବ୍ୟତୀତ ସେ ଦାବି କରିଛନ୍ତି ଯେ ଇଡି ଏବଂ ଅନ୍ୟାନ୍ୟ ଏଜେନ୍ସିମାନେ ମୁଖ୍ୟମମନ୍ତ୍ରୀ ଉଦ୍ଧବ ଏବଂ ତାଙ୍କ ପରିବାର ଦ୍ୱାରା ଆଲିବାଗ ସମ୍ପତ୍ତିର ବୈଧ୍ୟତା ଯାଞ୍ଚ କରନ୍ତୁ ।

ସେପଟେ ସୋମେୟା ତାଙ୍କ ଆବେଦନରେ ଦାବି କରିଛନ୍ତି ଯେ ଉଦ୍ଧବ ଏବଂ ବିଧାୟକ ୱାଇକର ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ସମ୍ପର୍କରେ କୌଣସି ସୂଚନା ନଦେଇ ଏହାକୁ ଲୁଚାଇ ରଖିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଉଦ୍ଧବ ଲୋକ ପ୍ରତିନିଧି ଅଧିନିୟମ ୧୯୫୧ର ଉଲ୍ଲଂଘନ କରିଛନ୍ତି । ସେ ଦାବି କରିଛନ୍ତି ଯେ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅଧିନରେ ଆସିବା ପରେ ମଧ୍ୟ ରଶ୍ମୀ ଠାକରେ ଏବଂ ମନୀଷା ୱାଇକର କୌଣସି ପରିବେଶ କିମ୍ବା ଜଙ୍ଗଲ ମଞ୍ଜୁରୀ ନେଇ ନାହାନ୍ତି । ବିଶେଷ କଥା ହେଉଛି ସୋମାୟା ଏପରି ଦାବି କରିସାରିଛନ୍ତି। ବିଜେପି ନେତା ତାଙ୍କ ପିଟିସନରେ ସମ୍ପତ୍ତିର ସ୍ଥିତି, ନିର୍ମାଣ ଏବଂ ଦେୟ ପଦ୍ଧତିର ତଦନ୍ତ ପାଇଁ ଦାବି କରିଛନ୍ତି।

Related Posts