ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ଟ୍ରେନ ଟିକେଟ ପଠାଇଲେ ବିଜେପି ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ଟ୍ରେନ ଟିକେଟ ପଠାଇଲେ ବିଜେପି ନେତା । ନ୍ୟାୟ ଓ ଦୁର୍ନୀତି ବିରୋଧରେ ଲଢେଇ କରିପାରୁନଥିବାରୁ ଏଠାକୁ ଆସିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ରାଜସ୍ଥାନର ବିଜେପି ନେତା । ବାସ୍ତବରେ ରାଜସ୍ଥାନ କଂଗ୍ରେସ ବିଧାୟକ ଜୋହରୀ ଲାଲ ମୀନାଙ୍କ ପୁଅ ଦୀପକଙ୍କ ସମେତ କିଛି ଲୋକଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ବିଜେପି ଦାବି କରୁଛି। ତେବେ ଅଭିଯୁକ୍ତଙ୍କୁ ଏପର୍ୟ୍ୟନ୍ତ ଗିରଫ କରାଯାଇ ନାହିଁ। ସେପଟେ ପୂର୍ବତନ ବିଧାୟକ ତଥା ବିଜେପି ନେତା ଜିତେନ୍ଦ୍ର ଗୋଥୱାଲ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଟ୍ରେନ ଟିକେଟ ପଠାଇ ପୀଡିତାଙ୍କୁ ଭେଟିବାକୁ ଆସିବାକୁ ଅନୁରୋଧ କରିଛନ୍ତି।

ସେପଟେ ଗୋଥୱାଲ ପ୍ରିୟଙ୍କା ଗାନ୍ଧୀଙ୍କୁ ଟୁଇଟ୍ କରି କହିଛନ୍ତି ଯେ ନାବାଳିକାଜଣକ ଆପଣଙ୍କ ବିଧାୟକଙ୍କ ଶକ୍ତି ଆଗରେ ଲଢ଼ିବାକୁ ସକ୍ଷମ ନୁହଁନ୍ତି। ପ୍ରିୟଙ୍କା ଜୀ ଆପଣଙ୍କୁ ଟ୍ରେନ୍ ଟିକେଟ୍ ପଠାଉଛି, ତୁରନ୍ତ ଜୟପୁରକୁ ଆସନ୍ତୁ । କାରଣ ରାଜସ୍ଥାନର ଝିଅମାନେ ଲଢେଇ କରିବାକୁ ସକ୍ଷମ ନୁହଁନ୍ତି। ସେ ଏହି ଟୁଇଟ୍ ମାଧ୍ୟମରେ ଟ୍ରେନ୍ ଟିକେଟ୍ ସେୟାର କରିଛନ୍ତି। କେବଳ ଏତିକି ନୁହେଁ ରାଜସ୍ଥାନର ବିଜେପି ମହିଳା କର୍ମୀମାନେ ଷ୍ଟେସନକୁ ଯାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଅପେକ୍ଷା କରିଥିବାର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts