
ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏନେଇ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ୨୦୨୨ର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ପ୍ରଚାର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ ବାରଣାସୀରେ ପହଞ୍ଚିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶେଷ ପର୍ଯ୍ୟାୟ ହୋଇଥିବାରୁ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ସେପଟେ ଶାସକ ବିଜେପି ଜୋରଦାର ପ୍ରଚାର କରୁଥିବାବେଳେ ବିରୋଧୀ ବାରଣାସୀରେ ଶାସକ ଦଳକୁ ଟାର୍ଗେଟ କରିଥିବାରୁ ଦେଖିବାକୁ ମିଳିଛି । ସମାଜବାଦୀ ପାର୍ଟିର ସେକ୍ରେଟେରୀ ଜେନେରାଲ ରାମ ଗୋପାଳ ଯାଦବ ଏନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଏଥର ନିର୍ବାଚନରେ ଏସପି ଓ ବିଏସପି ମଧ୍ୟରେ ଲଢ଼େଇ ହେବାକୁ ଯାଉଛି । ବିଜେପି ରାଜ୍ୟରେ କଣ ଅସୁବିଧା ରହୁଛି, ଏନେଇ ଅବଗୋତ ନାହିଁ । ବିଜେପିନେତାମାନେ କେବଳ ପ୍ରଚାର ନାମରେ ହେଲିକପ୍ଟର, ଚପରରେ ବୁଲିଶିଖିଛନ୍ତି ।
ହେଲେ ଗ୍ରାଉଣ୍ଡର ରିପୋର୍ଟ ସମ୍ପୂର୍ଣ୍ଣ ଅଲଗା । ବିଜେପିକୁ ରାଜ୍ୟବାସୀ ଏଥର ସଠିକ ଜବାବ ଦେବା ସହ ୟୁକ୍ରେନରେ କେନ୍ଦ୍ର ସରକାରଙ୍କ ଉଦ୍ଧାର କାର୍ୟ୍ୟ ବିଜେପିକୁ ୟୁପି ନିର୍ବାଚନରେ ସାହାଯ୍ୟ କରିବ ନାହିଁ ବୋଲି ସେ ଦାବି କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଆଜି ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି । ଗୋରଖପୁର ଆସନରେ ଏଥର କିଏ ବାଜି ମାରିବ ସେନେଇ ମଧ୍ୟ ବର୍ତ୍ତମାନ ଠାରୁ କଳ୍ପନାଜଳ୍ପନା ଚାଲିଛି । ଏସବୁ ମଧ୍ୟରେ ସମାଜବାଦୀ ନେତା ରାମ ଗୋପାଳ ଯାଦବଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି ।