ବିଜେପି ବିଧାୟକଙ୍କ ଦବଙ୍ଗଗିରି; ଥାନା ଭିତରେ ପଶି ଥାନା ବାବୁଙ୍କ ଚେୟାରରେ ବସି ମାଗିଲେ ଷ୍ଟେସନ ଡାଏରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ବିଧାୟକଙ୍କ ଦବଙ୍ଗଗିରି । ବିଜେପି ବିଧାୟକ ମୁରାରୀ ମୋହନ ଝା ଏଭଳି କାର୍ନାମ କରିଥିବା ଅଭିଯୋଗ ହୋଇଛି। ତେବେ ଏକ ମାମଲା ବିଷୟରେ ଜାଣିବା ପାଇଁ ପୁଲିସ ବାବୁଙ୍କୁ ଷ୍ଟେସନ ଡାଏରୀ ମାଗିଥିଲେ ବିଧାୟକ । ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି। ମୁରାରୀ ବିହାର ଦରଭଙ୍ଗା ଜିଲ୍ଲା କେଓଟି ପୁଲିସ ଷ୍ଟେସନକୁ ଯାଇ ଷ୍ଟେସନ ହାଉସ୍ ଅଫିସରଙ୍କ ଆସନରେ ବସି ଖୋଦ୍ ଥାନା ଅଧିକାରୀଙ୍କୁ ଷ୍ଟେସନ ଡାଏରୀ ମାଗିଛନ୍ତି। ଏହି ଘଟଣା ସପ୍ତାହେ ତଳର। ଯେତେବେଳେ ବିଜେପି ବିଧାୟକ ମୁରାରୀ ନିଜ ନିର୍ବାଚନ ମଣ୍ଡଳୀକୁ ବୁଲିଯାଇଥିଲେ ସେତେବେଳେ ଦୁଇ ଜଣ ଲୋକ ପୁଲିସ ଦ୍ୱାରା ମାଡ଼ ଖାଇଥିବାର ଅଭିଯୋଗ ଶୁଣିଥିଲେ।

ଏହାପରେ ବିଧାୟ ରାଗିପାଚି ଲାଲ୍ ହୋଇ ତୁରନ୍ତ ପୁଲିସ ଷ୍ଟେସନ୍ରେ ପହଞ୍ଚି ଥାନା ବାବୁଙ୍କୁ ସମ୍ପର୍କିତ ମାମଲା ବିଷୟରେ ଜାଣିବାକୁ ଷ୍ଟେସନ୍ ଡାଏରୀ ମାଗିଥିଲେ। ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ଷ୍ଟେସନ ହାଉସ୍ ଅଫିସର(ଏସ୍ଏଚ୍ଓ) ବିଧାୟକଙ୍କୁ ପବ୍ଲିକ୍ ଆଗରେ ଷ୍ଟେସନ ଡାଏରୀ ଦେଇପାରିବେ ନାହିଁ ବୋଲି କହୁଛନ୍ତି। ହେଲେ ବିଧଆୟକ କିନ୍ତୁ ଶୁଣିବାକୁ ନାରାଜ। ବାରମ୍ବାର ଡାଏରୀ ମାଗିବା ସହିତ କିଏ ଏହି ଥାନାର ମ୍ୟାନେଜର ତାକୁ ତୁରନ୍ତ ଡାକନ୍ତୁ ବୋଲି କହୁଛନ୍ତି। ଘଟଣା ସମୟରେ ଅନେକ ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିବାର ଖବର ଶୁଣିବାକୁ ମିଳିଛି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts