ପାଞ୍ଚ ବର୍ଷ ମଧ୍ୟରେ ସୃଷ୍ଟି ହେବ ୧୦ ଲକ୍ଷ ନୂଆ ରୋଜଗାର: ପୀୟୂଷ ଗୋୟଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚ ବର୍ଷ ମଧ୍ୟରେ ସୃଷ୍ଟି ହେବ ୧୦ ଲକ୍ଷ ନୂଆ ରୋଜଗାର । ତେବେ ଅଷ୍ଟ୍ରେଲିଆ ସହ ନୂଆ ବ୍ୟବସାୟ ବୁଝାମଣା ପରେ ଆସନ୍ତା ୫ ବର୍ଷରେ ଦ୍ୱିପାକ୍ଷିକ ବ୍ୟବସାୟ ୨୭ ବିଲିୟନ ଆମେରିକୀୟ ଡଲାରଠୁ ବଢି ୪୦-୪୫ ବିଲିୟନ ଡଲାରରେ ପହଞ୍ଚିବ । ଦୁଇ ଦେଶ ମଧ୍ୟରେ ବ୍ୟବସାୟୀକ ଚୁକ୍ତି ସ୍ୱାକ୍ଷର ପରେ ଶନିବାର ଏହା କହିଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ । ଏହାସହ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହେବ ।

ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଏବଂ ବାଣିଜ୍ୟ ବୁଝାମଣା ଚୁକ୍ତି ଉପରେ ପୀୟୂଷ ଗୋୟଲ ଏବଂ ତାଙ୍କ ଅଷ୍ଟ୍ରେଲିଆ ସମକକ୍ଷ ଡେନ ତେହାନ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡରେ ଆୟୋଜିତ କାର୍ୟ୍ୟକ୍ରମରେ ହସ୍ତାକ୍ଷର କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଭାରତରେ ୧୦ ଲକ୍ଷ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ଆମେ ଦୁଇ ଦେଶର ସମ୍ପର୍କରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ । ଆସନ୍ତା କିଛି ବର୍ଷରେ ଭାରତୀୟ ରୋଷେଇ ଏବଂ ଯୋଗ ପ୍ରଶିକ୍ଷକଙ୍କ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts