ଗୋବର ଓ ଗୋମୁତ୍ର କରୋନାର ନିଦାନ ପ୍ରଚାର ବିଜେପି ବନ୍ଦ କରୁ – ଏତିକି ଲେଖିବାରୁ ମଣିପୁରର ଦୁଇ ସାମ୍ବାଦିକଙ୍କୁ NSAରେ ଗିରଫ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାରୁ ରକ୍ଷା ପାଇବାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉପାୟ ହେଉଛି ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରିବା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ବଡ ବଡ ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସମସ୍ତଙ୍କର ଏହି ଉପାୟରେ ଗୋଟିଏ ମତ। ଆଉ ଯଦି ବି କରୋନା ଆକ୍ରାନ୍ତ ହୁଅନ୍ତି ତେବେ ଡାକ୍ତରଖାନାରେ ଚିକିତ୍ସିତ ହେବା ଦ୍ବାରା ଏହି ରୋଗରୁ ସୁସ୍ଥ ହୋଇପାରିବ। କିନ୍ତୁ ବିଜେପିର କିଛି ସାସଂଦ ଏବଂ ମନ୍ତ୍ରୀ ଗୋବର ଓ ଗୋମୁତ୍ର କରୋନାର ନିଦାନ ବୋଲି ସର୍ବସାଧାରଣରେ ପ୍ରଚାର କରୁଛନ୍ତି। ଏହାର ସବୁଠୁ ବଡ଼ ଉଦାହରଣ ହେଉଛନ୍ତି ବିଜେପିର ବିବାଦୀୟ ସାସଂଦ ସ୍ବାଧୀ ପ୍ରଜ୍ଞା। ସେ ଦୁଇ ଦିନ ତଳେ କହିଥିଲେ ଯେ , “ମୁଁ ପ୍ରତିଦିନ ଗୋ ମୂତ୍ର ପିଉଛି ତେଣୁ ମୋତେ କରୋନା ହେଉନି। ” ତେବେ ବିଜେପି ନେତାଙ୍କ ଏଭଳି ଅବୈଜ୍ଞାନିକ ମନ୍ତବ୍ୟକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଗତ କିଛିଦିନ ତଳେ ମଣିପୁରୀ ବିଜେପି ରାଜ୍ୟ ସଭାପତିଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଏହାପରେ 

ସାମ୍ବାଦିକ କିଶୋରଚନ୍ଦ୍ର ୱାଙ୍ଗକେମ ଫେସବୁକ୍ ରେ ଲେଖିଥିଲେ ଯେ, “ଗୋବର ଓ ଗୋମୁତ୍ର କରୋନାର ନିଦାନ ବୋଲି ପ୍ରଚାର କରିବା ବନ୍ଦ କରୁ ବିଜେପି।” ଆଉ ଏହି ପୋଷ୍ଟ ପାଇଁ ତାଙ୍କୁ ଏବଂ ଆକ୍ଟିଭିସ୍ଟ୍ ଏରେଣ୍ଡ୍ରୋ ଲିଚୋବାମଙ୍କୁ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ  ମଣିପୁର ପୋଲିସ ଗିରଫ କରିଥିଲା। ଗିରଫ ପରେ ଇମ୍ଫାଲ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ।  କିନ୍ତୁ ଜେଲ୍ ରୁ ମୁକୁଳିବା ପୂର୍ବରୁ ସରକାର ତାଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ୍ ଲଗାଇଥିଲେ। ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁଯାୟୀ ୱାଙ୍ଗହକେମ ଏବଂ ଲିଚୋମ୍ବମ ମଣିପୁର ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ସାଇଖୋମ ଟିକେନ୍ଦ୍ର ସିଂଙ୍କୁ ଅପମାନିତ କରିଥିବା ଅଭିଯୋଗରେ ମେ 13 ତାରିଖରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।  ରାଜ୍ୟ ବିଜେପି ଉପାଧ୍ୟକ୍ଷ ଉଶମ ଦେବନ ସିଂ ଏବଂ ସାଧାରଣ ସମ୍ପାଦକ ପି ପ୍ରେମାନନ୍ଦ ମେଟେଇ ଏ ନେଇ ଅଭିଯୋଗ ଦାଖଲ କରିଥିଲେ । ୱାଙ୍ଗକେମ୍ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, “Santhi Sanyung na yadrabo, oh!!! RIP #Rashikang_Kangyet Hayeng nga chaani.”

ଏହାର ଅର୍ଥ ହେଉଛି, “ଗୋବର କିମ୍ବା ଗୋ ମୂତ୍ର କାମ କଲା ନାହିଁ । ଏହା ଏକ ଭିତ୍ତିହୀନ ଯୁକ୍ତି । ତେଣୁ ଇଷ୍ଟମୋଜୋ ଅନୁଯାୟୀ, “ଆସନ୍ତାକାଲି ମୁଁ ମାଛ ଖାଇବି ”। ସେହିପରି ଲାଇଚମ୍ବମ୍ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ ଗାଇ ଗୋବର ଏବଂ ଗୋ ମୂତ୍ର କରୋନାଭାଇରସ୍ ପାଇଁ ଉପଶମ ନୁହେଁ ।ସେ ଲେଖିଛନ୍ତି ଯେ ଏହାର ଉପଶମ ହେଉଛି ଚିକିତ୍ସା ବିଜ୍ଞାନ ।ଏହା ସହ ସେ ବିଜେପି ନେତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ତେବେ ପୁଲିସର ଏଭଳି ଗିରଫଦାରୀକୁ ନେଇ କୋର୍ଟ ପୋଲିସକୁ କଡା ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ ଗିରଫ ପଛରେ ଥିବା କାରଣଗୁଡ଼ିକର ଅନୁସନ୍ଧାନ କରିବା ପୂର୍ବରୁ  ପୁଲିସ ଅଧିକାରୀ କ୍ରାଇମବ୍ରାଞ୍ଚର ଧାରା 41 ଦେଖିବା ଉଚିତ। ଯାହା ଦ୍ବାରା ଅନୁସନ୍ଧାନ ପୂର୍ବରୁ କାହାକୁ ଗିରଫ କରିବା ଉଚିତ ନୁହେଁ।   ଗିରଫ ପଛର କାରଣ କଣ ପୋଲିସ କୁ ଏହାର ଜବାବ ଦେବାକୁ ପଡିବ ବୋଲି କୋର୍ଟ କହିଛନ୍ତି। ଆଉ ପୁଲିସ ଯଦି ଏହାର ଉଚିତ୍ ଏବଂ ସନ୍ତୋଷଜନକ କାରଣ ନ କୁହେ ତେବେ କୋର୍ଟ ଅବମାନନା ସହ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏହା ପୂର୍ବରୁ  ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରୁଥିବା ଅଭିଯୋଗରେ 2018 ରେ ଜାତୀୟ ସୁରକ୍ଷା ଆଇନ ବଳରେ ଆକ୍ଟାଗେନଷ୍ଟ ୱାଙ୍ଗକେମଙ୍କୁ ପୁଲିସ ଗିରଫ କରିଥିଲା। ଗତ ବର୍ଷ ଜୁଲାଇରେ ଲିଚୋମ୍ବମ୍ ମଧ୍ୟ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।  ମଣିପୁରରେ ବର୍ତ୍ତମାନର ବିଜେପିର ସେ ଜଣେ ବଡ ସମାଲୋଚକ।   ଲିଚୋମ୍ବମ୍ ହେଉଛନ୍ତି ମଣିପୁରର ଏକ ଆଞ୍ଚଳିକ ରାଜନୈତିକ ଦଳ, ପିପୁଲ୍ସ ରେସୁର୍ଗେନ୍ସ ଏବଂ ଜଷ୍ଟିସ୍ ଆଲାଇନ୍ସର ସଂଯୋଜକ।  

Related Posts