ୟୁପି, ଉତ୍ତରାଖଣ୍ଡ ଓ ଗୋଆରେ ସଂଖ୍ୟାଗରିଷ୍ଠତା ଆଡ଼କୁ ବିଜେପି !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ଏଥର ବିଧାନସଭା ନିର୍ବାଚନ ହୋଇଥିଲା । ସେପଟେ ଆଜି ପାଞ୍ଚଟି ରାଜ୍ୟର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଠି ଅନେକ ରାଜ୍ୟରେ ବିଜେପି ବାଜି ମାରୁଥିବାର ଦେଖିବାକୁ ମିଳିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ବିଜେପି ସଂଖ୍ୟାଗରିଷ୍ଠତା ଆଡ଼କୁ ଯାଉଥିବାର ଦେଖିବାକୁ ମିଳିଛି ।

ଏବଂ ପଞ୍ଜାବରେ ଆମ ଆଦମି ପାର୍ଟି ବାଜି ମାରୁଥିବାର ଦେଖିବାକୁ ମିଳିଛି । ତେବେ ପଞ୍ଜାବରେ ଆମ ଆଦମି ପାର୍ଟି କଂଗ୍ରେସକୁ ପଛରେ ପକାଇ ୮୪ ଟି ସିଟରେ ଆଗରେ ଚାଲୁଛି । ଏବଂ ଆପ ମଧ୍ୟ ପଞ୍ଜାବରେ ସଂଖ୍ୟାଗରିଷ୍ଠତା ଆଡ଼କୁ ଯାଉଛି । ଟ୍ରେଣ୍ଡ ଅନୁଯାୟୀ ଉତ୍ତରପ୍ରଦେଶର ୨୪୩ ଟି ଆସନ, ଉତ୍ତରାଖଣ୍ଡରେ ୪୭ ଟି ଆସନ ଏବଂ ଗୋଆରେ ୨୧ ଟି ଆସନରେ ବିଜେପି ଆଗରେ ରହିଛି। ସେହିପରି ପଞ୍ଜାବର ୮୪ ଟି ସିଟରେ ଆପ ଆଗରେ ରହିଛି ।

Related Posts