ମଣିପୁର: ଟ୍ରେଣ୍ଡ ହିସାବରେ ଆଗେଇ ଚାଲିଛି ବିଜେପି, ମାଟି କାମୁଡି ପଡିଛି କଂଗ୍ରେସ

ଆଜି ମଣିପୁର ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବ | ଭୋଟ୍ ଗଣତି ଚାଲିଥିବା ବେଳେ, ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ବିଜେପି ୨୮ ଟି ଆସନରେ ଆଗରେ ଥିବା ବେଳେ, କଂଗ୍ରେସ ୯ ଟି ଆସନରେ ଆଗରେ ରହିଛି | ଫଳରେ ବିଜେପିର କ୍ଷମତା ହାତେଇବାର ସମ୍ଭାବନାକୁ ସ୍ପଷ୍ଟ କରିବ ବୋଲି ରାଜନୀତି ବିଷାରଦମାନେ ମତ ଦେଇଛନ୍ତି ।

– ୨୦୧୭ରେ ସର୍ବାଧିକ ୨୮ଟି ଆସନ ଜିତିଥିଲା କଂଗ୍ରେସ
– ହେଲେ ମେଂଟ କରି କ୍ଷମତା ହାତେଇ ନେଲା ବିଜେପି
– ୩ଟି ଆଂଚଳିକ ଦଳ ସହ ହାତ ମିଳାଇଥିଲା ବିଜେପି
– ଏନପିପି, ଏଲଜେପି ଓ ସ୍ୱାଧୀନଙ୍କୁ ନେଇ ସରକାର ଗଢିଲା ବିଜେପି
– ୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ବୀରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ
– ପ୍ରଥମଥର ନୀତିଶ କୁମାରଙ୍କ ଜେଡିୟୁ ମୈଦାନକୁ ଓହ୍ଲାଇ

ତେବେ ମଣିପୁର ଆସନ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ଦୁଇଥର ପ୍ରଚାର କରିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିର୍ବାଚନ ପୂର୍ବରୁ ଦୁଇଥର ରାଜ୍ୟ ଗସ୍ତ କରିଛନ୍ତି। ମଣିପୁରରେ ସମାବେଶକୁ ସମ୍ବୋଧିତ କରିବା ପାଇଁ ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସାମିଲ କରାଯାଇଥିଲା । ଅନ୍ୟପଟେ ରାଜ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଜୟରାମ ରମେଶଙ୍କ ପରି ଭେଟେରାନ କଂଗ୍ରେସର ଅଭିଯାନର ଦାୟିତ୍ବ ନେଇଥିଲେ ।

Related Posts