ସଚିବାଳୟକୁ ଧସେଇ ପଶିଲେ ବିଜେପି କର୍ମୀ

ଭୁବନେଶ୍ୱର- ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି କର୍ମୀ । ଧାନମଣ୍ଡି ସମସ୍ୟା ଓ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ମିଥ୍ୟା ବିବୃତି ଅଭିଯୋଗ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ ବିଜେପି କର୍ମୀ । ଏକ ରାଲିରେ ଆସି ସଚିବାଳୟ ସାମ୍ନାରେ ନାରାବାଜି କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି ଦଳ ।

ତେବେ ଏହି ସମୟରେ କିଛି କର୍ମୀ ସଚିବାଳୟ ଭିତରୁ ପଶିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କୁ ପୁଲିସ ଅଟକାଇଛି । ଆନ୍ଦୋଳକାରୀଙ୍କୁ ଘଉଡାଇବା ସହ ସଚିବାଳୟ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Related Posts