ଇଶାଙ୍କ ପ୍ରେମରେ ପନ୍ତ

ପ୍ରେମରେ ପଡିଛନ୍ତି ପନ୍ତ । ଭାରତୀୟ ଟିମର ନୂଆ ୱିକେଟ କିପର ଋଷଭ ପନ୍ତ କିନ୍ତୁ ନିଜର ମନର ୱିକେଟକୁ ଧରି ରଖିବାରେ ସଫଳ ହୋଇ ନାହାଁନ୍ତି । ଏକଥା ସେ ନିଜେ ଜଣାଇଛନ୍ତି ସମସ୍ତଙ୍କୁ । ନିଜ ପ୍ରେମିକାଙ୍କ ସହ ତାଙ୍କର ଏକ ଫଟୋକୁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । “ମୁଁ ତୁମକୁ ଖୁସି ରଖିବାକୁ ଚାହୁଁଛି କାରଣ ତୁମେ ହିଁ ମୋ ଖୁସିର କାରଣ” ଲେଖି ଫଟୋଟିକୁ ପୋଷ୍ଟ କରିଛନ୍ତି ।

https://www.instagram.com/p/Bss2wWUBxpq/?utm_source=ig_embed

ତେବେ ତାଙ୍କ ପ୍ରେମିକାଙ୍କ ନାଁ ଇଶା ନେଗି ବୋଲି ଜଣାପଡିଛି । ଇଶା ମଧ୍ୟ ସେହି ସମାନ ଫଟୋକୁ ନିଜ ଇନଷ୍ଟାରେ ପୋଷ୍ଟ କରିଛନ୍ତି । ସେ ଏଥିରେ କ୍ୟାପସନ ଲେଖିଛନ୍ତି, “ ମୋ ମନର ମଣିଷ, ମୋର ସବୁଠୁ ଭଲ ବନ୍ଧୁ , ମୋ ଜୀବନର ପ୍ରେମ – ଋଷଭ ପନ୍ତ ।”

https://www.instagram.com/p/Bss35DfFKpF/?utm_source=ig_embed

ଅଷ୍ଟ୍ରେଲିଆରେ ନିକଟରେ ଶେଷ ହୋଇଥିବା ଟେଷ୍ଟ ମ୍ୟାଚରେ ଖେଳିଥିଲେ ଋଷଭ । ମ୍ୟାଚର ପ୍ରଥମ ଇଂନିସରେ ଧୂଆଁଧାର ବ୍ୟାଟିଂ କରି ୧୫୯ର ପାଳି ଖେଳିଥିଲେ ପନ୍ତ । ଯେଉଁଥିପାଇଁ ପନ୍ତଙ୍କୁ ମିଳିଥିଲା ଚାରିଆଡୁ ପ୍ରଶଂସା ।

Related Posts