ନବୀନ ନିବାସରେ ଅଙ୍ଗନୱାଡି କର୍ମୀ ଓ ସହାୟିକା

ଭୁବନେଶ୍ୱର- ନବୀନ ନିବାସରେ ଅଙ୍ଗନୱାଡି କର୍ମୀ ଓ ସହାୟିକା । ହଜାର ହଜାର ସଂଖ୍ୟାରେ ଏକ ବିଶାଳ ରାଲିରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କର୍ମୀ ଓ ସହାୟିକା । ସଂଘର ସମସ୍ତ ଦାବୀକୁ ସରକାର ମାନି ନେଇ ଥିବାରୁ ଏମାନେ ଧନ୍ୟବାଦ ଦେବା ପାଇଁ ନବୀନ ନିବାସ ଆସିଥିବା କହିଛନ୍ତି ।

ଗତ ୧୨ ତାରିଖରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦରମା ଓ ଅବସରକାଳୀନ ବୟସସୀମା ବୃଦ୍ଧି କରିଥିଲେ । ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୮ ଅକ୍ଟୋବର ୧ ତାରିଖ ଠାରୁ ମିଳିଥିବାକୁ ଥିବା ବେଳେ ଅବସର ବେଳକୁ ଅଙ୍ଗନବାଡି କର୍ମୀଙ୍କୁ ସାମାଜିକ ସୁରକ୍ଷା ବାବଦରେ ୨୦ ହଜାର, ମିନି ଅଙ୍ଗନବାଡି କର୍ମୀଙ୍କୁ ୧୫ ହଜାର ଏବଂ ସହାୟିକାଙ୍କୁ ୧୦ ହଜାର ଟଙ୍କା ମିଳିବ ।

ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ବର୍ଷକୁ ୧୫ ଦିନର ଖରାଛୁଟି ବି ମିଳିବ । ଏଣିକି ଅଙ୍ଗନବାଡୀ ସୁପରଭାଇଜର ପଦବୀର ୫୦ ପ୍ରତିଶତ ଅଙ୍ଗନବାଡୀ କର୍ମୀ ମାନଙ୍କ ମଧ୍ୟରୁ ପୁରଣ କରାଯିବ । ଏହାସହ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିଥିଲେ ସରକାର । ଯାହାକୁ ନେଇ ଆଜି ନବୀନ ନିବସେରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା ।

Related Posts