କୋଭିଡ଼ ଵିଫଳତାରୁ ନଜର ହଟାଇବା ପାଇଁ ବିଜେପିର ନୂଆ ମୁଦ୍ଦା ‘ଟୁଲ କିଟ୍’ : କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶ ଏବେ କରୋନା ମହାମାରୀ ସହ ଲଢେଇ କରୁଛି। କୋଉଠି ଅମ୍ଳଜାନ ମିଳୁ ନାହିଁ ତ ପୁଣି କେଉଁଠି ହସ୍ପିଟାଲରେ ବେଡ୍ ମିଳୁନି। ଲୋକେ କରୋନା ସନ୍ଦେହରେ ଶବ ଗଙ୍ଗା ନଦୀରେ ଫିଙ୍ଗି ଦେଉଛନ୍ତି। ଦେଶ ଏତେ ବଡ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ କଂଗ୍ରେସ ଦଳର ଏକ ତଥାକଥିତ ଟୁଲକିଟ୍ କୁ ନେଇ ବିଜେପି ରାଜନୀତି ଆରମ୍ଭ କରିଦେଇଛି । ଭାରତୀୟ ଜନତା ପାର୍ଟିର ଅଭିଯୋଗ ହେଉଛି, କରୋନା ଭାଇରସର ନୂଆ ଷ୍ଟ୍ରେନକୁ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ‘ଭାରତୀୟ ଷ୍ଟ୍ରେନ’ ବା ‘ମୋଦି ଷ୍ଟ୍ରେନ’ ବୋଲି ଅପପ୍ରଚାର କରାଯାଉଛି। ଏକ ଟୁଲକିଟ୍‌ ଆଧାରରେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ମଳିନ କରୁଛି କଂଗ୍ରେସ। ତେବେ ବିଜେପିର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି କଂଗ୍ରେସ। ଦଳ କହିଛି ଯେ ବିଜେପି ଏକ ନକଲି ଟୁଲକିଟ୍ ପ୍ରଚାର କରୁଛି । କଂଗ୍ରେସ ଦଳର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ରୁ ଟୁଇଟ କରି ଏହି ଟୁଲିକିଟ୍ଆ ନକିଲି ଏବଂ ମିଥ୍ୟା ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟି ବ୍ଯବହାର କରୁଥିବା କୁହାଯାଇଛି। ତେବେ ବିଜେପିର ଏହି ମିଥ୍ୟା ପ୍ରଚାର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡା ଏବଂ ସମ୍ବିତ ପାତ୍ରଙ୍କ ବିରୋଧରେ ମାମଲା ଦାୟର କରିଛି କଂଗ୍ରେସ ଦଳ।

ମହାମାରୀ ସମୟରେ ସରକାରଙ୍କ କର୍ତ୍ତବ୍ୟ ହେଉଛି ଦେଶବାସୀଙ୍କ ଜୀବନ ରକ୍ଷା କରିବା ଉଚିତ । କିନ୍ତୁ ଭାରତୀୟ ଜନତା ପାର୍ଟି ଜୀବନ ବଞ୍ଚେଇବା ପରିବର୍ତ୍ତେ ବିରୋଧୀ ଦଳ ମାନଙ୍କୁ ବଦନାମ କରୁଛି ବୋଲି କଂଗ୍ରେସ କଡା ଜବାବ ରଖିଛି। ମଙ୍ଗଳବାର ଭାଜପା ପ୍ରବକ୍ତା ସମ୍ବିତ ପାତ୍ରା ଟୁଇଟ କରି କହିଛନ୍ତି ଯେ ,” ଅଭାବୀ ଲୋକଙ୍କୁ ମହାମାରୀ ସମୟରେ ସହାୟତା କରିବା ପାଇଁ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଟୁଲକିଟ୍‌କୁ ଦେଖନ୍ତୁ। ବନ୍ଧୁତ୍ୱପୂର୍ଣ୍ଣ ସାମ୍ବାଦିକ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବିକୁ ମଳିନ କରିବାକୁ କଂଗ୍ରେସର ଏହା ଏକ ଆପ୍ରାଣ ଉଦ୍ୟମ “।

Related Posts