ଆପଣ କଲେ ଲୀଳା, ଆମେ କଲେ କୀଳା କେଉଁ ନିୟମ ଆଧାରରେ ମିଟିଂ ଲାଇଭ୍ କରୁଛ? ମୋଦିଙ୍କୁ ସିସୋଦିଆଙ୍କ ପ୍ରଶ୍ନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମିଟିଂ ସିଧା ପ୍ରସାରଣକୁ ନେଇ ବିଜେପି ଆପ୍ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ମିଟିଂ ସିଧା ପ୍ରସାରଣକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯୋଉଁଥିପାଇଁ କେଜ୍ରିୱାଲ କ୍ଷମା ପ୍ରାଥନା କରିଥିଲେ। ଦେଶର COVID-19 ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଜିଲ୍ଲା ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ କଥାବାର୍ତ୍ତା କିଛି ଅଂଶ ଲାଇଭ୍ ଟିଭିରେ ପ୍ରସାରିତ ହୋଇଥିଲା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ଦିନ ପ୍ରଶ୍ନ କରିଛନ୍ତି ଯେ COVID-19 ରେ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାବାର୍ତ୍ତା କାହିଁକି ସିଧା ପ୍ରସାରଣ ହୋଇଛି ? ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଏକ ସରକାରୀ ମିଟିଂ ସିଧା ପ୍ରସାରଣକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିବା ଦର୍ଶାଇ ସିସୋଦିଆ ପଚାରିଛନ୍ତି- କେଉଁ ବୈଠକ ସିଧା ପ୍ରସାରଣ ହୋଇପାରିବ, କେଉଁଟି ହୋଇପାରିବ ନାହିଁ ? “ଆଜିର ମିଟିଂ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଟିଭିରେ ସିଧା ପ୍ରସାରଣ କରାଯାଇଥିଲା। ସେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ମିଟିଂରେ ଆପତ୍ତି କରିଥିଲେ। ଆଜିର ପ୍ରୋଟୋକଲ୍ ଲାଇଭ୍ ପ୍ରସାରଣ ପାଇଁ ଅନୁମତି ଦେଇଛି କି ?” ସିସୋଦିଆ ହିନ୍ଦୀରେ ଏକ ଟ୍ୱିଟରେ ପ୍ରଶ୍ନ କରିଛନ୍ତି। ଦେଶର COVID-19 ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଜିଲ୍ଲା ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ କଥାବାର୍ତ୍ତା ହେବାର କିଛି ଅଂଶ ଲାଇଭ୍ ଟିଭିରେ ପ୍ରସାରିତ ହୋଇଥିଲା କିଛି ସମୟ ପରେ ଏହି ମନ୍ତବ୍ୟ ଦିଆଯାଇଛି। ଏପ୍ରିଲ 23 ରେ କେଜ୍ରିୱାଲଙ୍କ ପୂର୍ବର କଥାବାର୍ତ୍ତା ସୋସିଆଲ ମିଡିଆରେ ସିଧା ପ୍ରସାରଣ ହେବା ପରେ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେଜ୍ରିୱାଲ ଫକ୍ସ ପାସ୍ ପାଇଁ କ୍ଷମା ମାଗିଥିଲେ। ଏହା ପ୍ରୋଟୋକଲର ଉଲ୍ଲଂଘନ। ଏଭଳି ସରକାରୀ ମିଟିଂ ପ୍ରସାରଣ ହୋଇପାରିବ ନାହିଁ ବୋଲି ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ।

Related Posts