୬୮ ଦିନ ପରେ J&Kରେ ଚାଲିବ ପୋଷ୍ଟପେଡ ମୋବାଇଲ ଫୋନ !

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଘାଟିରେ ଖୁବ ଶୀଘ୍ର ପୁଣି ଥରେ ପୋଷ୍ଟପେଡ଼ ମୋବାଇଲ ସେବା ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦୀର୍ଘ ୬୮ ଦିନ ହେବ ଘାଟୀରେ ମୋବାଇଲ ପୋଷ୍ଟପେଡ ସେବା ଆରମ୍ଭ ହୋଇପାରେ । ପ୍ରିପେଡ ମୋବାଇଲ ସେବା ନେଇ ପରେ ନିଷ୍ପତ୍ତି ନିଆଯିବ । ପୋଷ୍ଟପେଡ ମୋବାଇଲରେ କଲିଂ ସୁବିଧା ମିଳିବ ମାତ୍ର ମୋବାଇଲ ଇଣ୍ଟରନେଟ ପାଇଁ କିଛି ଦିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ । କଶ୍ମୀର ଘାଟିରେ ୬୬ ଲକ୍ଷ ମୋବାଇଲ ଗ୍ରାହକ ଅଛନ୍ତି, ଯେଉଁଥିରେ ୪୦ ଲକ୍ଷ ଲୋକ ପୋଷ୍ଟପେଡ ବ୍ୟବହାର କରିଥାନ୍ତି ।  ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତକଂସଲ ଶ୍ରୀନଗରରେ ଆଜି ମୋବାଇଲ ସେବା ପୁଣି ଥରେ ଆରମ୍ଭ କରିବା ନେଇ ଘୋଷଣା କରିପାରନ୍ତି । ନିକଟରେ ସରକାର ପର୍ଯ୍ୟଟକଙ୍କ ଯିବା ଆସିବା ନେଇ କଟକଣା ହଟାଇଛନ୍ତି । ଆରମ୍ଭରୁ ପୋଷ୍ଟପେଡ ମୋବାଇଲ ସେବା ଦିଆଯିବ । କିନ୍ତୁ ଗ୍ରାହକଙ୍କୁ ଏଥି ପାଇଁ ଭେରିଫିକେଶନ କରିବାକୁ ହେବ ।

Related Posts