ବିଏମସି କମିଶନରଙ୍କ ତାଗିଦ୍, ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ୫୦୦୦ ଜୋରିମାନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏବେ ସହରର ପରିମଳକୁ ନେଇ ଅଧିକ ଶକ୍ତ ହୋଇଛି ବିଏମସି। ବିଏମସି ସ୍ୱଚ୍ଛତା ଏବଂ ପରିମଳକୁ ନେଇ ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ ଜାରିକରିଛି । ବ୍ୟବସାୟୀଙ୍କୁ ଚେତାବନୀ ଦେବା ସହ ତାଗିଦ କରିଛନ୍ତି ବିଏମସି କମିଶନର ।

ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସହ ଯୋଗ କରନ୍ତୁ ବୋଲି କମିଶନର କହିଛନ୍ତି ।

Related Posts