ବିଏମସି ନିର୍ବାଚନ: ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲିଷ୍ଟ, ଦ୍ବନ୍ଦରେ ଦଳ

ଭୁବନେଶ୍ୱର ମହାନଗର ନିଗମ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ସେପଟେ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କ କଷା କଷି । କେଉଁ ଦଳ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସେପଟେ ପ୍ରାର୍ଥୀଙ୍କ ଲମ୍ବା ଲିଷ୍ଟ ଥିବା ବେଳେ ଏବେ ଦ୍ବନ୍ଦରେ ଦଳ ।

ତେବେ ୬୭ଟି ୱାର୍ଡ ପାଇଁ ୨୦୦ରୁ ଅଧିକ ଆଶାୟୀ ଥିବା ଜଣାପଡିଛି । ମନ୍ତ୍ରୀ, ବିଧାୟକଙ୍କ ନିକଟରେ ଲବି କରି ଟିକେଟ ହାତେଇବାକୁ ଲାଗି ପଡିଛନ୍ତି ଦଳର ନେତା । ଗତ ୨୦୨୪ ବିଏମସି ନିର୍ବାଚନରେ ବିଜେଡି ୪୯ଟିରେ, ବିଜେପି ୪ଟିରେ ଓ କଂଗ୍ରେସ ଦୁଇଟିରେ ସନ୍ତୁଷ୍ଟ ହୋଇଥିଲେ ।

ତେବେ ଏଥର କାହାକୁ ମିଳିବ ଟିକେଟ, କାହାର କଟିବ ଭାଗ୍ୟ ସେନେଇ ସମସ୍ତ ଦଳ ଚିନ୍ତାରେ ପଡିଯାଇଛନ୍ତି । ସବୁଆଡେ ମାଳ ମାଳ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଜଣଙ୍କୁ ଟିକେଟ ଦେଲେ ଏନେକ ଆଶାୟୀ ପ୍ରାର୍ଥୀ ଅସନ୍ତୁଷ୍ଟ ହେବେ ।

ସେହିପରି ବିଏମସି ନିର୍ବାଚନ ପାଇଁ ୧୫୦୦ ଅଭିଏମ୍ ଆସିବ । ଏବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସବୁ ଇଭିଏମକୁ ରଖାଯାଇଛି । ସମସ୍ତ ଇଭିଏମର ଫାଷ୍ଟ ଲେଭଲ ଟେକିଂ ଚାଲିଛି ।

Related Posts