ସତ୍ୟପାଠ ପ୍ରଭାବ: 5-ଟି ସଚିବ ନିଯୁକ୍ତିର ବୈଧତାକୁ ଚ୍ୟାଲେଞ୍ଜ

(ସତ୍ୟପାଠ ବ୍ୟୁରୋ) କଟକ: ସତ୍ୟପାଠ ପ୍ରଭାବ । ହାଇକୋର୍ଟରେ ପହଞ୍ଚିଲା 5-ଟି ମାମଲା । 5-ଟି ସଚିବ ନିଯୁକ୍ତିର ବୈଧତାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଏହି ମାମଲାରେ ଦର୍ଶାଯାଇଛି ଯେ 5-ଟି କୌଣସି ବିଭାଗ ହୋଇ ନଥିବା ବେଳେ ଏଥିରେ ଜଣେ ଆଇଏଏସ୍ ଅଫିସରଙ୍କକୁ ନିଯୁକ୍ତି ଦିଆଯିବା ଆଇନସମ୍ମତ ନୁହେଁ । ଏପରି ପରିସ୍ଥିତିରେ 5-ଟି ସଚିବଙ୍କ ନିଯୁକ୍ତି ଓଡ଼ିଶା ଗଭର୍ଣ୍ଣମେଣ୍ଟ ରୁଲ୍ସ ଅଫ୍ ବିଜନେସ୍, ୧୯୫୬ର ନିୟମାବଳୀ ୨(ଘ), ୬, ୧୨ ଓ ୧୩ର ଉଲ୍ଲଂଘନ କରୁଛି । 5-ଟି ଇନ୍‌ଚାର୍ଜ ଯାହାଙ୍କୁ ସଚିବ ଭାବେ ପ୍ରେଜେଣ୍ଟ କରାଯାଉଛି ସେ ଜଣେ କନିଷ୍ଠ ଆଏଏସ ଅଧିକାରୀ ହୋଇଥିବା ବେଳେ ତାଙ୍କ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟ ବିଭାଗର ବରିଷ୍ଠ ସଚିବ ଓ ଅଧିକାରୀ ଉପସ୍ଥିତ ରହୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି ପାଣ୍ଡିଆନ । ଏହା ଆଇନ ଅନୁମୋଦିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇବା ସହିତ ୨୦୧୯, ଅଗଷ୍ଟ ୨୮ରେ 5-ଟି ସଚିବଙ୍କ ନିଯୁକ୍ତି ସଂପର୍କିତ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ରଦ୍ଦ କରାଯାଉ ଏବଂ ପାଣ୍ଡିଆନଙ୍କ ଗସ୍ତ ବାବଦରେ ହୋଇଥିବା ଖର୍ଚ୍ଚକୁ ଆଦାୟ କରାଯାଉ ବୋଲି ଅନୁରୋଧ କରିଛନ୍ତି ଆବେଦନକାରୀ । ପିଟିସନରେ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସତ୍ୟପାଠ ଏହାର ପ୍ରଥମ ଖୁଲାସା କରିଥିଲା

ନବୀନଙ୍କ ଅବୈଧ ସୃଷ୍ଟି 5-T ସଚିବ : EXCLUSIVE

2019 ମସିହା ଅକ୍ଟୋବର 28 ତାରିଖରେ ସତ୍ୟପାଠରେ 5-ଟି ସଚିବ ନିଯୁକ୍ତି ଅବୈଧ ବୋଲି ଖବର ପ୍ରକାଶ କରାଯାଇଥିଲା । ଯାହାକୁ ପରେ ଅର୍ଥାତ ଜାନୁଆରି 22ରେ ସରକାର ସ୍ବୀକାର କରିଥିଲେ । ଆଉ କହିଥିଲେ ଓଡ଼ିଶା ସରକାରଙ୍କର କୌଣସି 5-ଟି ବିଭାଗ ନାହିଁ । ପାଣ୍ଡିଆନ ବି 5-ଟି ସଚିବ ନୁହନ୍ତି, ସେ ହେଉଛନ୍ତି 5-ଟି ଇନ୍‌ଚାର୍ଜ । ପାଣ୍ଡିଆନ ବେକଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଏପରିକି ଲୋକସେବା ଭବନରେ ବି 5-ଟି ଇନ୍‌ଚାର୍ଜଙ୍କର କୌଣସି ପ୍ରକୋଷ୍ଠ ବି ନଥିବା ସରକାର କହିଥିଲେ । ଏହାକୁ ମଧ୍ୟ ସତ୍ୟପାଠରେ ପ୍ରକାଶ କରାଯାଇଥିଲା ।

5-ଟି ସଚିବ ପାଣ୍ଡିଆନ ନୁହଁନ୍ତି ବୋଲି ପ୍ରଥମେ ଖୁଲାସା କରିଥିଲା ସତ୍ୟପାଠ

ସତ୍ୟପାଠର ପ୍ରଭାବ: ଶେଷରେ ମାନିଲେ ସରକାର, ପାଣ୍ଡିଆନ ନୁହନ୍ତି 5-ଟି ସଚିବ

Related Posts