ବାହାରେ ଅଳିଆ ଫିଙ୍ଗିବାରୁ ବିଏମସି କଡା ପଦକ୍ଷେପ; ଆପାର୍ଟମେଣ୍ଟ ଗେଟ୍ ଆଗରେ ଗଦା କଲା ଆବର୍ଜନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାହାରେ ଏଣେ ତେଣେ ଅଳିଆ ଫିଙ୍ଗିବାରୁ ବିଏମସି କଡା ପଦକ୍ଷେପ ଗ୍ରହଣ କରିଛି । ବାହାରେ ପଡ଼ିଥିବା ଅଳିଆକୁ ଆପାର୍ଟମେଣ୍ଟ ଗେଟ୍ ସାମନାରେ ଗଦେଇ ଦେଇଛି ବିଏମସି। ଭୁବନେଶ୍ୱର ଓଲଡ ଟାଉନର ୬୦ନମ୍ବର ୱାର୍ଡରେ ଅଳିଆ ସବୁ କିଛି ଦିନ ହେଲା ଗଦା ହୋଇ ବାହାରେ ରହିଥିଲା । ଅଳିଆ ଗାଡ଼ିରେ ଲୋକେ ଅଳିଆ ପକାଇବା ପରିବର୍ତ୍ତେ ବାହାରେ ଏଣେ ତେଣେ ପକାଉଥିଲେ। ପୂର୍ବରୁ ବାହାରେ ଆବର୍ଜନା ଫିଙ୍ଗିବା ନେଇ ବିଏମସିର କଡା ତାଗିଦ୍ ରହିଥିଲା । ଅଳିଆ ଆବର୍ଜନା ବାହାରେ ନ ଫିଙ୍ଗିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା । ହେଲେ ଟାଉନର ୬୦ନମ୍ବର ୱାର୍ଡରେ ଏହି ସବୁ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ନିୟମର ଅବହେଳା କରାଯାଇ ଅଳିଆ ଗାଡିରେ ଅଳିଆ ନପକାଇ ବାହାରେ ଅଳିଆ ପଡିଥିଲା । ଆଉ ଶେଷରେ ବିଏମସି ପଦକ୍ଷେପ ନେଇଛି । ବାହାରେ ଗଦେଇ ହୋଇପଡିଥିବା ଅଳିଆ ଆବର୍ଜନାକୁ ସେହି ଆପାର୍ଟମେଣ୍ଟର ଗେଟ୍ ସାମନାରେ ପକାଇଛି ବିଏମସି।

Related Posts