ବିମାନ ଭିତରେ ଧୂମପାନ କରି ଅଡ଼ୁଆରେ ବଡିବିଲଡର ବବି କାଟାରିଆ; ହୋଇପାରେ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିମାନ ଭିତରେ ଧୂମପାନ କରି ଅଡ଼ୁଆରେ ଖ୍ୟାତନାମା ବଡିବିଲଡର ବବି କାଟାରିଆ। ତାଙ୍କୁ ଏହି ଘଟଣା ମହଙ୍ଗା ପଡ଼ିଛି। ଗତ ଗୁରୁବାର ଦିନ ଏକ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ବଡିବିଲଡର ବବି କାଟାରିଆ ଧୂମପାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା।ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।ଆଉ ଆଜି ଆଇଜି ବିମାନବନ୍ଦର ପୁଲିସ ଷ୍ଟେସନରେ ୟୁଟ୍ୟୁବର୍ ବବି କାଟାରିଆଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ ଲଗାଇଥିବା ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ବବିଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ।

ସୂଚନା ମୁତାବକ ପୁଲିସ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିପାରେ। ସୂଚନା ଥାଉ କି ଯେ ବିମାନରେ ବବି ସିଗାରେଟ ଟାଣୁଥିବା ଭିଡିଓ ଅତୀତରେ ଭାଇରାଲ ହୋଇଥିଲା। ଏହା ପରେ ସ୍ପାଇସଜେଟ୍ ଅଧିକାରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ବବି କାଟାରିଆ ଜାନୁଆରୀ ୨୦ ରେ ଏକ ବିମାନରେ ଦୁବାଇରୁ ନୂଆଦିଲ୍ଲୀ ଯାଇଥିଲେ। ଏହା ପରେ, ୨୪ ଜାନୁଆରୀରେ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିମାନ ଭିତରେ ସିଗାରେଟ୍ ଟାଣୁଥିବାର ନଜର ଆସିଥିଲେ | ଏଭଳି କରିବା ଯୋଗୁଁ ବବି ବିମାନ ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ବିପଦରେ ପକାଇ ଦେଇଥିଲେ। ସୁରକ୍ଷା ବେସାମରିକ ବିମାନ ଚଳାଚଳ ଅଧିନିୟମ ୧୯୮୨ ର ଧାରା ୩ସି ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

Related Posts