୭୦ ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତା ଶକ୍ତି କପୁର: କହିଲେ , -” ଲାଗୁଛି ମୋତେ ଏବେ ବି ତିରିଶ ବର୍ଷ ହୋଇଛି”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଶି ଦଶକରେ କେତେକ ହିନ୍ଦୀ ସିନେମାରେ ରାଜ୍ କରୁଥିବା ପ୍ରଖ୍ୟାତ ଅଭିନେତା ଶକ୍ତି କପୁର ନିଜର ଦମଦାର ଖଳନାୟକ ଭୂମିକା ପାଇଁ ବେଶ ଚର୍ଚ୍ଚିତ। ସେ ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଶକ୍ତି କପୁର କେତେବେଳେ ବି ନିଜ ଜନ୍ମଦିନକୁ ବିଶେଷ ବୋଲି ବିଶ୍ୱାସ କରନ୍ତି ନାହିଁ। ୭୦ ବର୍ଷରେ ପାଦ ଥାପିବା ପରେ ମଧ୍ୟ ତାଙ୍କର ଉତ୍ସାହରେ କମି ଆସି ନାହିଁ।  ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏବେବି ଯବାନ। 

 କପୁର କୁହନ୍ତି, “ ମୋତେ ୭୦ ବର୍ଷ ହୋଇଗଲା କିନ୍ତୁ ମୋତେ କାହିଁ ଏମିତି କିଛି ଅନୁଭବ ହେଉ ନାହିଁ, ମୁଁ ଆଦୌ ନିଜକୁ ବୃଦ୍ଧ ବୋଲି ଅନୁଭବ କରେ ନାହିଁ।  ମୋତେ ଲାଗୁଛି ଯେ ଯେମିତିକି ମୋତେ ତିରିଶ ବର୍ଷ ବୟସ ହୋଇଛି। ମୋତେ ୩୩ ରୁ ୩୮ ବର୍ଷ ହୋଇଥିବା ଅନୁଭବ ହେଉଛି। ମୋର ଉର୍ଜା ଏବେବି କୌଣସି ଯୁବକ ଠାରୁ ବି କମ୍ ନୁହେଁ। ମୁଁ ଅନୁଭବ କରେ ଯେ ମୁଁ ଯୁବକ ମାନଙ୍କ ଅପେକ୍ଷା ଅଧିକ ଫିଟ୍ ଏବଂ ଶକ୍ତିଶାଳୀ । ମୁଁ ପ୍ରତ୍ୟେକ ଦିନ ୱାକିଂ କରେ ଏବଂ ମୋର ଦୈନିକ 35000 ଷ୍ଟେପ୍ ମାର୍କ ରହିଛି। ମୁଁ ଶାରୀରିକ ଏବଂ ମାନସିକ ସ୍ତରରେ ଏବେବି ୩୦ ବର୍ଷ ବୟସର ଯୁବକ। ”

 ଶକ୍ତି ଏହି ସାକ୍ଷାତକାରରେ କହିଛନ୍ତି ଯେ “ଲୋକମାନେ ମୋତେ କୁହନ୍ତି ଯେ“ ଓ ତୁମେ ଦୁଇଟି ବଡ ବଡ ପିଲାଙ୍କ ବାପା ପରି ଲାଗୁ ନାହିଁ। ” ସେ ଆହୁରି ମଧ୍ୟ କହିଛନ୍ତି ଯେ,“ଯେତେବେଳେ ମୁଁ ମୋର ପ୍ରଥମ ଚଳଚ୍ଚିତ୍ର ସାଇନ୍ କରିଥିଲି ସେତେବେଳେ ମୋର ବୟସ ୨୧ ଥିଲା ଏବଂ ଆଜି ମୋର ବୟସ ୭୦ ଏବଂ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଛି। “

“ମୁଁ ଏବେବି ମୋର ଜର୍ଣ୍ଣିଂ ବିଷୟରେ ଚିନ୍ତା କରେ ।  ମୁଁ ଏକ ଲାଇଫ୍ କିଙ୍ଗ୍ ସାଇଜ୍ ବଞ୍ଚିଛି ଏବଂ ଫୁଲ୍ ମସ୍ତିରେ ଲାଇଫ୍ ଏନ୍ଜ୍ଏ କରୁଛି। ଦିଲ୍ଲୀର ଜଣେ ସିଧାସାଧା ବଏ କିଛି ଆଜି ପର୍ଯ୍ୟନ୍ତ ବି କାମ କରୁଛି। ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ କହିଛନ୍ତି ଯେ, ମୁଁ ଦୁଇଟି ୱେବ୍ ସିରିଜ୍ କରୁଛି ଏବଂ ନିକଟରେ ଏକ ଫିଲ୍ମ ସମାପ୍ତ କରିଛି। ସେ କହିଛନ୍ତି ଯେ ଜନ୍ମଦିନ ତାଙ୍କ ପାଇଁ ଅନ୍ୟ ଦିନ ତୁଳନାରେ ଭିନ୍ନ ନୁହେଁ, “ମୁଁ ଜନ୍ମଦିନକୁ ଗମ୍ଭୀରତାର ସହ ନେଇ ନାହିଁ।  ମୋ ପାଇଁ ମୋର ଜନ୍ମଦିନ ଏକ ବଡ କଥା ନୁହେଁ । ଏହା ସବୁବେଳେ ଅନ୍ୟ ଦିନ ପରି ହୋଇଥାଏ । 

Related Posts