ଟିଭି ଶୋ ‘ଲକ୍‌ଅପ୍‌’ରେ ଏକ ବଡ଼ ଖୁଲାସା କଲେ ବଲିଉଡ୍ କ୍ୱିନ୍ କଙ୍ଗନା ରାଣାୱତ: ପିଲାଦିନେ ଯୌନ ଶୋଷଣର ହୋଇଥିଲେ ଶିକାର

ମୁମ୍ବାଇ: ବଲିଉଡ୍ କ୍ୱିନ୍ କଙ୍ଗନା ରାଣାୱତ ଅନେକ ସମୟରେ ନିଜ କଥା ବା କୌଣସି ବିଷୟରେ ନିଜ ଟିପଣୀ କୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । ତେବେ ଏହାରି ମଧ୍ୟରେ ନିଜେ ହୋଷ୍ଟ କରୁଥିବା ଟିଭି ଶୋ ‘ଲକ୍‌ଅପ୍‌’ରେ ନିଜ ଜୀବନରେ ଘଟିଥିବା ଏକ। ଘଟଣାର ଖୁଲାସା କରିଛନ୍ତି । ସେ ପିଲାଦିନେ ନିଜେ ଯୌନ ଶୋଷଣର ଶିକାର ହୋଇଥିବା କହିଚନ୍ତି ।

ଶୋ’ର ପ୍ରତିଯୋଗୀ ମୁନୱର ଫାରୁକୀ ତାଙ୍କ ଜୀବନର ଏକ ଗୁମର କଥା ସମସ୍ତଙ୍କ ସାମ୍ନାରେ ଶେୟାର କରିବା ପରେ କଙ୍ଗନା ମଧ୍ୟ ତାଙ୍କ ଜୀବନ ଏହି ଗୁମର ଖୋଲିଛନ୍ତି।

ଫାରୁକୀ ତାଙ୍କ ଜୀବନର ସିକ୍ରେଟ୍ ଖୋଲିବାକୁ ଯାଇ କହିଛନ୍ତି ଯେ ସେ ତାଙ୍କ ପିଲାଦିନେ ଯୌନ ଶୋଷର ଶିକାର ହୋଇଛନ୍ତି। ସେ କହିଛନ୍ତି ” ମୁଁ ଯେତେବେଳେ ଯୌନ ଶୋଷଣର ଶିକାର ହେଲି ସେତେବେଳେ ମୋତେ ୬-୭ ବର୍ଷ ହୋଇଥିଲା। ସେମାନେ ମୋର ସମ୍ପର୍କୀୟ ଥିଲେ। ୪-୫ ବର୍ଷ ମୋ ସହିତ ଏଭଳି ଘଟିଥିଲା। ସେମାନେ ମୋ ପରିବାରର ଅତି ନିଜର ଥିଲେ। ତେଣୁ ମୁଁ କିଛି ବୁଝିପାରି ନଥିଲି। ୪ ବର୍ଷ ଏଭଳି ଘଟିବା ପରେ ସେମାନେ ଅନୁଭବ କଲେ ଯେ ଏହା ବନ୍ଦ କରିବା ଦରକାର।”

ଫାରୁକୀଙ୍କ କାହାଣୀ ଶୁଣି ସାରିବା ପରେ କଙ୍ଗନା ମଧ୍ୟ ଜବାବରେ ତାଙ୍କ ସହିତ ହୋଇଥିବା ଯୌନ ଶୋଷଣର କଥା କହିଥିଲେ। କଙ୍ଗନା କହିଥିଲେ “ମୁନୱର ପ୍ରତିବର୍ଷ ଏମିତି ଅନେକ ଛୋଟପିଲା ଯୌନଶୋଷଣର ଶିକାର ହୁଅନ୍ତି। କିନ୍ତୁ ସେମାନେ ଏସବୁ ସର୍ବସମ୍ମୁଖରେ କୁହନ୍ତି ନାହିଁ। ପିଲାଦିନେ ପ୍ରାୟ ସମସ୍ତେ ଏମିତି ଏକ ଅଶୋଭନୀୟ ଛୁଆଁର ଶିକାର ହୋଇଥିବେ। ଏମିତି ଘଟଣା ପ୍ରାୟ ସମସ୍ତଙ୍କ ସହିତ ଘଟିଥିବ। ମୋ ସହିତ ବି ଘଟିଛି। ମୁଁ ଯେତେବେଳେ ବହୁତ ଛୋଟ ଥିଲି, ସେତେବେଳେ ମୋ ଠାରୁ ସାମାନ୍ୟ କିଛି ବର୍ଷ ବଡ଼ ଜଣେ ପୁଅପିଲା ମୋତେ ବାରମ୍ବାର ଅଶୋଭନୀୟ ସ୍ପର୍ଶ କରୁଥିଲା। ହେଲେ ମୁଁ ସେତେବେଳେ ଏହାର ଅର୍ଥ ବୁଝିପାରି ନଥିଲି। ତେବେ ପ୍ରତ୍ୟେକ ପିଲାଙ୍କୁ ଏମିତି ସ୍ଥିତି ଦେଇ ଯିବାକୁ ପଡ଼ିଥାଏ। ସେମାନଙ୍କ ପରିବାର ଯେତେ କଡ଼ା ନଜର ରଖନ୍ତୁ ନା କାହିଁକି।”

କଙ୍ଗନା ଆହୁରି ମଧ୍ୟ କହିଛନ୍ତି “ତେବେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଆପଣ କହିଲେ ଯେ ଏଭଳି ଘଟଣା ପାଇଁ ସମସ୍ତେ ନିଜକୁ ଦାୟୀମନେ କରନ୍ତି। ଏ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇପାରେ, କାରଣ ସେମାନେ ବହୁତ ଛୋଟ ହୋଇଥାନ୍ତି। ଆପଣ ସେମାନଙ୍କୁ ଯୌନ ସମ୍ପର୍କିତ ଜ୍ଞାନ ଦେଇପାରିବେ ନାହିଁ କି କେଉଁଟା ଭଲ ଛୁଆଁ କେଉଁଟା ଖରପା ଛୁଆଁ ସେ ବିଷୟରେ କହିପାରିବେ ନାହିଁ। ପ୍ରକୃତରେ ସମାଜରେ ଏହା ଏକ ବଡ଼ ସମସ୍ୟା। ଯାହାର ସମ୍ମୁଖୀନ ହେଉଛନ୍ତି ପିଲାମାନେ। ଏଥିପାଇଁ ପିଲାମାନେ ଜୀବନକୁ ନେଇ ଆଘାତ ପାଆନ୍ତି ଓ ଭୟଭୀତ ହୁଅନ୍ତି। ପରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଏହି ସ୍ଥାନରୁ ଆମେ ଶିଶୁ ଯୌନ ଶୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛୁ। ଯାହା ମୁନୱର ଓ ମୁଁ ଉଭୟ ପିଲାଦିନେ ସାମ୍ନା କରିଛୁ।

Related Posts