ପଶ୍ଚିମବଙ୍ଗର ଉତ୍ତର ୨୪ ପାରଗନାସ୍‌ ଜିଲ୍ଲାସ୍ଥିତ କାକିନାଡା ରେଳ ଷ୍ଟେସନରେ ବୋମା ବିସ୍ଫୋରଣ: ଜଣେ ନାବାଳକ ମୃତ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପାରଗନାସ୍‌ ଜିଲ୍ଲାସ୍ଥିତ କାକିନାଡା ରେଳ ଷ୍ଟେସନ ନିକଟରେ ଫୁଟିଲା ବୋମା । ଫଳରେ ଏହି ବିସ୍ଫୋରଣରେ ଜଣେ ୭ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ନାବାଳକର କେତେକ ବନ୍ଧୁ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ମୃତକ ସ୍ଥାନୀୟ ଅଞ୍ଚଳର ନିଖିଲ ପାଶୱାନଙ୍କ ପୁତ୍ର ବୋଲି ଜଣାପଡ଼ିଛି । ମଙ୍ଗଳବାର ସକାଳେ ଏହି ବିସ୍ଫୋରଣ ଘଟିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଭାତପାରା ପୌରାଞ୍ଚଳର ପ୍ରେମଚନ୍ଦପୁର ୱାର୍ଡ ନମ୍ବର ୧୦ରେ ଏହି ବିସ୍ଫୋରଣ ଘଟିଛି ।

ନାବାଳକର ଜଣେ ବନ୍ଧୁର ଗୋଟିଏ ହାତ ନଷ୍ଟ ହୋଇଯାଇଛି । ତାକୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ କାକିନାଡା ରେଳ ଷ୍ଟେସନ ନିକଟସ୍ଥ ଅଞ୍ଚଳର କେତେକ ପିଲାଏ ସକାଳୁ ଷ୍ଟେସନ ନିକଟରେ ଖେଳିବା ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏକ ବଲ ମିଳିଥିଲା । ତେବେ ଏହା ବଲ୍‌ ନୁହେଁ ଏକ ବମ୍‌ ଥିଲା ।

ଖେଳିବା ସମୟରେ ଅଚାନକ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଆଉ ବଲ୍‌ ସଦୃଶ ବମ୍‌ ସେଠେରା ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ଏହାପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ଖବର ଦିଆଯାଇଥିଲା । ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ବୋମାକୁ ନିଷ୍କ୍ରିୟ କରିଥିବା ନେଇ ସୂଚନା ମିଳିଛି । ଜନବସତି ଅଞ୍ଚଳରେ ବୋମା କିଭଳି ଆସିଲା ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଯେକେହି ବି ଏହି ଘଟଣାରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାତପାରା ପୋଲିସ । ଏହାକୁ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Related Posts