ନିମାପଡା : ପୁରୀ ଜିଲ୍ଲା କଣାସରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମାମାଡ଼ ହୋଇଛି । ସେହି ଗାଁ ରେ ବାସ କରୁଥିବା ରଘୁ ମାନ ସିଂହଙ୍କ ଘରେ ବୋମା ମାଡ଼
କରିଛନ୍ତି ଦୁର୍ବୃତ୍ତ । ୭/୮ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଛନ୍ତି । ଘର ଗ୍ରୀଲ ଦେଇ ଏହି ବୋମାମାଡ଼ କରାଯାଇଛି ।
ଘଟଣା ସ୍ଥଳରେ କଣାସ ଗଡ଼ିଶା ଗୋଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବୋମାମାଡ଼ ପରେ ବିଭିନ୍ନ ସ୍ଥାନରେ ପଡିଥିବା ସୁତୁଲି ବୋମା ଉଦ୍ଧାର କରାଯାଇଛି । ବୋମା ବିସ୍ଫୋରଣରେ କାହାରି କୌଣସି କ୍ଷତି ହୋଇନଥିବା ସୂଚନା । ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଅଶାନ୍ତି କର ପରିବେଶ ।
ସେପଟେ ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚିଛି । ବିଭିନ୍ନ ଦିଗ କୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି ।