ପଞ୍ଜାବ ଓ ପଞ୍ଜାବୀଙ୍କର ଉନ୍ନତୀ ପାଇଁ ଉଭୟ ଭଗୱନ୍ତ ମାନ ଓ କେଜ୍ରିୱାଲ ଐତିହାସିକ ନିଷ୍ପତ୍ତି ନେଉଛନ୍ତି: ମଲବିନ୍ଦର ସିଂ କାଙ୍ଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଠନ କରିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେବାରେ ଲାଗିଛି । ଏହା ମଧ୍ୟରେ ପଞ୍ଜାବ ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଥିବା “ଜ୍ଞାନ ବଣ୍ଟନ” ଚୁକ୍ତିନାମାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଆପ ଏହାକୁ ପଞ୍ଜାବର ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କହିଛି। ଏହି ଚୁକ୍ତିନାମା ଦ୍ୱାରା ଉଭୟ ରାଜ୍ୟ ଉପକୃତ ହେବେ ବୋଲି ଆପର ମୁଖପାତ୍ର ମାଲବିନ୍ଦର ସିଂ କାଙ୍ଗ କହିଛନ୍ତି। ତେବେ ଏହା ଏକ ନୂତନ ଆରମ୍ଭ ଯାହା ପଞ୍ଜାବ ପାଇଁ ଏକ ଭଲ ଭବିଷ୍ୟତ ସୃଷ୍ଟି କରିବ। ଅରବିନ୍ଦ କେଜ୍ରିୱାଲ ଏବଂ ଭଗୱନ୍ତ ମାନ ପଞ୍ଜାବ ଏବଂ ପଞ୍ଜାବୀର ଭବିଷ୍ୟତରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି ଏବଂ ବୈପ୍ଳବିକ ନିଷ୍ପତ୍ତି ନେଉଛନ୍ତି ବୋଲି ସେ କହିଛନ୍ତି। ଏହି ଚୁକ୍ତି ପଞ୍ଜାବ ସରକାରଙ୍କୁ ଦିଲ୍ଲୀ ଭଳି ଉନ୍ନତ ଶିକ୍ଷା ତଥା ଚିକିତ୍ସା ସୁବିଧା ଯୋଗାଇବା ପାଇଁ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ସେହିପରି ପଞ୍ଜାବ ସରକାର ମଧ୍ୟ କେଜ୍ରିୱାଲ ସରକାରଙ୍କ ସହ ସେମାନଙ୍କର ଧାରଣା ବାଣ୍ଟିବେ। ଜନ କଲ୍ୟାଣ ପାଇଁ ଉଭୟ ସରକାର ଧାରଣା, ଯୋଜନା ଏବଂ ନୀତି ବିନିମୟ କରିବେ, ଯାହା ସରକାରୀ ସେବା ତଥା କଲ୍ୟାଣକାରୀ ଯୋଜନାରେ ଏକ ବଡ଼ ସହାୟକ ହେବ; ଫଳସ୍ୱରୂପ, ଲୋକମାନେ ଉନ୍ନତ ସୁବିଧା ପାଇବେ ବୋଲି ମଲୱିନ୍ଦର ସିଂ କଙ୍ଗ କହିଛନ୍ତି ।

ସେପଟେ ସୁଖବୀର ବାଦଲ ଗଣମାଧ୍ୟମ ସମ୍ମୁଖରେ “ନକଲି ଦଲିଲ” ଉପସ୍ଥାପନ କରିଛନ୍ତି। “ଯେଉଁମାନେ ପଞ୍ଜାବର ଯୁବକମାନଙ୍କୁ ନଷ୍ଟ କରିଛନ୍ତି ଏବଂ ସେମାନଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରିଛନ୍ତି, ଏହି ଚୁକ୍ତିନାମାକୁ ବିରୋଧ କରିବା କିମ୍ବା ସମାଲୋଚନା କରିବା ଛଡ଼ା ତାଙ୍କର କୌଣସି ନୈତିକ ଭିତ୍ତି ନାହିଁ। ଅବଶ୍ୟ ଏଭଳି ଲୋକମାନେ ଏକ ଭଲ ନିଷ୍ପତ୍ତି ଉପରେ ପ୍ରଶ୍ନ କରୁଛନ୍ତି କାରଣ ସେମାନେ ରାଜ୍ୟ ପାଇଁ କୌଣସି କାର‌୍ୟ୍ୟ କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କାଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବ ଉପରେ ୩ ଲକ୍ଷ କୋଟି ଋଣ ପାଇଁ ପୂର୍ବ କଂଗ୍ରେସ ସରକାର ଦାୟୀ ଏବଂ ଯେତେବେଳେ ସେମାନେ ନିଜର ସାମ୍ରାଜ୍ୟ ଗଠନ କରିଥିଲେ କିନ୍ତୁ ଆମ ରାଜ୍ୟକୁ ନଷ୍ଟ କରିଦେଲେ।

କଂଗ୍ରେସ ବିଧାନସଭା ଦଳର ନେତା ପ୍ରତାପ ସିଂ ବାଜୱାଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇ ବିଧାୟକ ଅନମୋଲ ଗଗନ ମନ କହିଛନ୍ତି, “ଆପଣଙ୍କ ଦଳ ଏବଂ ବାଦଲମାନେ ପଞ୍ଜାବକୁ ୭୦ ବର୍ଷ ଧରି ଲୁଟ କରିଛନ୍ତି। ଯଦି ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ଏବଂ ଆମର ଯୁବକମାନଙ୍କୁ ରୋଜଗାର ଯୋଗାଇବାକୁ ଚେଷ୍ଟା କରୁଛନ୍ତି ତେବେ ଏଥିରେ ବିବ୍ରତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts