(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ହେଲେ ଅନେକ ବିଜେପି ସଦସ୍ୟ ସଂସଦରେ ଉପସ୍ଥିତ ହେଉ ନାହାଁନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁପସ୍ଥିତ ଥିବା ସମସ୍ତ ବିଜେପି ସଦସ୍ୟଙ୍କ ଲିସ୍ଟ ମାଗିଛନ୍ତି । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୧ କୁ ଉପସ୍ଥାପନ କରିଥିଲେ । ବିରୋଧୀ ଏହି ବିଲ୍କୁ ବିରୋଧ କରୁଥିଲେ ଏବଂ ଏହାକୁ ଚୟନ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ। ବିରୋଧୀଙ୍କ ଦାବିରେ ରାଜ୍ୟସଭାରେ ମତଦାନ କରାଯାଇଥିଲା ।
ଯେଉଁଥିରେ କିଛି ବିଜେପି ସାଂସଦ ନିଖୋଜ ଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ବିଜେପି ସାଂସଦଙ୍କ ଅନୁପସ୍ଥିତିରେ ଅସନ୍ତୋଷ ବ୍ୟକ୍ତ କରି ଏକ ତାଲିକା ମାଗିଥିଲେ । ଅନ୍ୟପଟେ ମତଦାନ ସମୟରେ ଅନେକ ସାଂସଦ ଅନୁପସ୍ଥିତ ଥିଲେ । ଚୟନ କମିଟିକୁ ବିଲ୍ ପଠାଇବା ସପକ୍ଷରେ ୪୪ ଟି ଭୋଟ୍ ଦିଆଯାଇଥିଲା । ଅପରିପକ୍ଷରେ ଏହାକୁ ବିରୋଧ କରି ମୋଟ ୭୯ ଟି ଭୋଟ୍ ଦିଆଯାଇଥିଲା।
ଏହିପରି ଭାବରେ ବିରୋଧୀଙ୍କ ଦାବିକୁ ବାତିଲ କରି କିଛି ସମୟ ପରେ ଏହି ବିଲ୍ ପାରିତ ହେଲା । କିନ୍ତୁ ଏହି ଭୋଟ୍ ସମୟରେ କିଛି ବିଜେପି ସାଂସଦ ସେଠାରେ ଉପସ୍ଥିତ ନଥିଲେ। ତେଣୁ ଆଜିର ଗୃହ ଶୁଣାଣି ଆରମ୍ଭ ହେବା ପୂର୍ବରୁ ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ ଏବଂ ସଂସଦରେ ଅନୁପସ୍ଥିତ ରହିଥିବା ବିଜେପି ସଦସ୍ୟଙ୍କ ଲିଷ୍ଟ ମାଗିଥିଲେ ।