ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡିନାହାନ୍ତି ବୁମରାହ; ସୌରଭ ଗାଙ୍ଗୁଲିଙ୍କ ବୟାନ ପରେ ପ୍ରଶଂସକଙ୍କ ମଧ୍ୟରେ ବଢ଼ିଲା ଆଶା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ବିଶ୍ୱକପ ଲଢେଇ ପାଇଁ ସମସ୍ତ ଟିମ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ହେଲେ ଏସବୁ ଭିତରେ ଭାରତକୁ ଏକ ବଡ ଝଟକା ଲାଗିଥିଲା । ଆହତ କାରଣରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଦଳରୁ ବାଦ ପଡିଛନ୍ତି ବୋଲି ଘୋଷଣା ହୋଇଥିଲା ।ହେଲେ ଏବେ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି । ବୁମରାହଙ୍କୁ ନେଇ ଏବେ ମଧ୍ୟ ଆଶା ବାନ୍ଧି ବସିଛି ବିସିସିଆଇ । ବୁମରାହ ଦଳରୁ ବାଦ ପଡିନଥିବା କଥା ନିଜେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିବା ପରେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବୁମରାହଙ୍କ ଉପରେ ସୌରଭ ଗାଙ୍ଗୁଲିଙ୍କୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ବୁମରାହ ଟି-୨୦ ବିଶ୍ୱକପରୁ ବାଦ ପଡିନାହାନ୍ତି, ବିଶ୍ୱକପ ପାଇଁ ସମୟ ଅଛି । ଆମେ ଅପେକ୍ଷା କରିବା କିଛି ବ୍ୟସ୍ତ ହେବାର ନାହିଁ । ଯଦି ସେ ବିଶ୍ୱକପ ଭିତରେ ସେ ସୁସ୍ଥ ହୋଇଯାଆନ୍ତି ତେବେ ତାଙ୍କୁ ଦଳରେ ସାମିଲ କରିବା ଉପରେ ଆମେ ଚିନ୍ତା କରିବୁ ବୋଲି ସୌରଭ କହିଛନ୍ତି । ତେବେ ସୌରଭଙ୍କ ଏହି ବୟାନ ପରେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଏକ ନୂଆ ଆଶା ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ନିଜ ପିଠିରେ ଆଘାତ ଲାଗିବା ଯୋଗୁଁ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି ଯଶପ୍ରିତ ବୁମରା । ପୂର୍ବରୁ ସେ ଏସିଆ କପରୁ ବାହାର ହୋଇଥିଲେ । ପରେ ଅଷ୍ଟ୍ରେଲିଆ ବିପକ୍ଷ ସିିରିଜରେ ଦଳକୁ ଫେରିଥିଲେ । ଏବେ ସେ ଦକ୍ଷିଣ ଆଫ୍ରିକା ସିରିଜ ସହ ବିଶ୍ୱକପରୁ ମଧ୍ୟ ବାଦ ପଡିଛନ୍ତି ।

Related Posts