
ସମ୍ବଲପୁର : ବୁର୍ଲା ସହରରେ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପିଡବ୍ଲୁଡି କଲୋନୀ ସ୍ଥିତ ଶକ୍ତିନଗରର ବୈଦ୍ୟନାଥ ଶର୍ମା ।
ଖବର ଅନୁଯାୟୀ, ବିଳମ୍ବିତ ରାତ୍ରିରେ ବୈଦନାଥ ଘର ସମ୍ମୁଖରେ ଛିଡା ହୋଇଥିବାବେଳେ ୬ଜଣ ଦୁବୃତ୍ତ ଆସି ଅସାଦଚରଣ ପ୍ରଦର୍ଶନ କରିଥିଲେ । ଏହାକୁ ବିରୋଧ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ମାରିଥିଲେ । ତେବେ ପରିବାର ଲୋକେ ବୈଦନାଥଙ୍କୁ ଭୀମସାରରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ଏହାସହ ଏହି ଘଟଣାରେ ୩ଜଣଙ୍କୁ ପୋଲିସ ଅଟକ ରଖିଛି ।