ଆଡିଲେଡ୍‌ରେ କୋହଲି ଓ ଧୋନିଙ୍କ କମାଲ୍‌, ଭାରତ 6 ୱିକେଟ୍‌ରେ ବିଜୟୀ

ଅଧିନାୟକ ବିରାଟ କୋହଲିଙ୍କ ଶତକ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ଅର୍ଦ୍ଧ ଶତକ ବଳରେ ଆଡିଲେଡ ଦିନିକିଆରେ ଭାରତ, ଅଷ୍ଟ୍ରେଲିଆକୁ 6 ୱିକେଟ୍‌ରେ ହରାଇଛି । ଏଥିସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ 1-1ରେ ବରାବର ହୋଇଛି । ଅଷ୍ଟ୍ରେଲିଆ ଦ୍ବାରା ଧାର୍ଯ୍ୟ 299 ରନ୍‌ର ଲକ୍ଷ୍ୟକୁ ଭାରତ 4 ୱିକେଟ ହରାଇ ହାସଲ କରିନେଇଥିଲା ।

ଶେଷ ଓଭରରେ ମ୍ୟାଚ୍ ଜିତିଥିଲା ଭାରତ । ଆଉ 4ଟି ବଲ୍ ବାକିଥାଇ ବିଜୟ ହାସଲ କରିଥିଲା ଭାରତ । ଧୋନି 55 ଓ ଦୀନେଶ କାର୍ତ୍ତିକ 25 ରନ୍ କରି ଅପରାଜିତ ଥିଲେ । ଅଧିନାୟକ କୋହଲୀ 104 ରନ୍ କରିଥିଲେ । ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ସନ୍ ମାର୍ଶଙ୍କ 131 ରନ୍ ବଳରେ ନିର୍ଦ୍ଧାରିତ ଓଭରରେ 9 ୱିକେଟ୍ ହରାଇ 298 ରନ୍ କରିଥିଲା । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ 4ଟି ୱିକେଟ୍ ନେଇଥିଲେ ।

Related Posts