କର୍ଣ୍ଣାଟକରେ ହିଜାବ୍ ପରେ ଏବେ ବାଇବେଲ୍ କୁ ନେଇ ଉତ୍ତେଜନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ୍ ବିବାଦ ପରେ ଏବେ ଆଉ ଏକ ବିବାଦକୁ ନେଇ ସୃଷ୍ଟି ହେବାକୁ ବସିଲାଣି ଉତେଜେନା | ଏବେ ପୁଣି ରାଜ୍ୟରେ ବାଇବେଲ୍ ବିବାଦ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ବେଙ୍ଗାଲୁରୁର କ୍ଲେରେନ୍ସ ହାଇସ୍କୁଲରେ ଏଭଳି ମାମଲା ଦେଖାଯାଇଛି । ଏଠାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତରଫରୁ ପିଲାମାନଙ୍କର ଅଭିଭାବକଙ୍କୁ କୁହାଯାଇଛି ଯେ, ସେମାନେ ପିଲାମାନଙ୍କୁ ବାଇବେଲ୍ ଆଣିବାକୁ ମନା କରିବେ ନାହିଁ । ସ୍କୁଲ ପରିଚାଳନାର ଏହି ପଦକ୍ଷେପ ପରେ ଦକ୍ଷିଣପନ୍ଥି ସଂଗଠନ ବିରୋଧ କରିଛି । ସଂଗଠନ ତରଫରୁ କୁହାଯାଇଛି ଯେ, ଏହା କର୍ଣ୍ଣାଟକ ଶିକ୍ଷା ଅଧିନିୟମର ଉଲ୍ଲଂଘନ ।

ହିନ୍ଦୁ ଜନଜାଗୃତି ସମିତିର ରାଜ୍ୟ ମୁଖପାତ୍ର ହୋନ ଗୌଡା ଦାବି କରିଛନ୍ତି ଯେ, ସ୍କୁଲ ଅଣ-ଇସାଇ ଛାତ୍ରଙ୍କୁ ବାଇବେଲ ପଢ଼ିବା ପାଇଁ କହୁଛି । ସମିତି ପକ୍ଷରୁ ଦାବି କରାଯାଇଛି ଯେ, ଅଣ-ଇସାଇ ଛାତ୍ର ମଧ୍ୟ ସ୍କୁଲରେ ବାଇବେଲ ପଢୁଛନ୍ତି । ଏହି ମାମଲାରେ ସଂଗଠନ ଶିକ୍ଷା ବିଭାଗ ନିକଟରେ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ଅନ୍ୟପଟରେ ସ୍କୁଲ ତରଫରୁ କୁହାଯାଇଛି ଯେ, ପବିତ୍ର ଗ୍ରନ୍ଥର ଭଲ କଥା ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ସ୍କୁଲରେ ପ୍ରବେଶ ପାଇଁ ଆବେଦନ ପତ୍ରରେ କ୍ରମାଙ୍କ ସଂଖ୍ୟା ୧୬ରେ ଉଲ୍ଲେଖ ରହିଛି ଯେ, ଅଭିଭାବକଙ୍କୁ ସ୍ପଷ୍ଟ କରିବାକୁ ହେବ ଯେ, ନିଜର ନୈତିକ ଓ ଆଧ୍ୟାତ୍ମିକ କଲ୍ୟାଣ ପାଇଁ ସକାଳ କ୍ଲାସ, ସ୍କ୍ରିପଚର କ୍ଲାସ ହିତ ଅନ୍ୟ କ୍ଲାସରେ ଭାଗିଦାରୀ କରିବ । ସ୍କୁଲ ଆସିବା ସମୟରେ ବାଇବେଲର ଶିକ୍ଷା ଉପରେ କୌଣସି ଆପତ୍ତି କରିବ ନାହିଁ ।

ସୂଚନାଯୋଗ୍ୟ, ନିକଟରେ କର୍ଣ୍ଣାଟକ ସରକାରଙ୍କ ତରଫରୁ ସ୍କୁଲରେ ଗୀତା ପଢ଼ାଇବାର ଯୋଜନା ନେଇ ଘୋଷଣା ହୋଇଥିଲା ।

Related Posts