ତୈଳଦର ବୃଦ୍ଧି ପରେ ବଢ଼ିଲା ବସ ଭଡା

ସତ୍ୟପାଠ ବ୍ୟୁରୋ : ପୁଣି ବଢ଼ିଲା ବସ ଭଡା । ତୈଳଦର ବୃଦ୍ଧି ପାଇଁ ପୁଣି ବଢ଼ିଛି ବସଭଡା । ବଜେଟରେ ତୈଳଦର ଉପରେ ଅତିରିକ୍ତ ସେସ୍ ଲଗାଯିବା ପରେ ତୈଳଦର ଅଢ଼େଇ ଟଙ୍କା ବଢ଼ିଥିଲା ।

ବର୍ଦ୍ଧିତ ବସଭଡା ଫଳରେ ନୂଆ ଦର କଣ ହେବ ଜାଣନ୍ତୁ ।
ସାଧାରଣ ଓ ଏକ୍ସପ୍ରେସ୍ ବସଭଡା କିଲୋମିଟର ପିଛା ୧ପଇସା ବଢ଼ିବା ସହ ଡିଲକ୍ସ ଓ ଏସି ଡିଲକ୍ସ ଭଡା ୨ପଇସା ବଢ଼ିଛି । ସାଧାରଣ ବସଭଡା ପୂର୍ବରୁ କିମି ପିଛା ୬୮ପଇସା ଥିବା ବେଳେ ଏବେ ତାହା ୬୯ ପଇସା ହେବ । ଏକ୍ସପ୍ରେସ ବସଭଡା କିମି ପିଛା ୭୧ ପଇସା ଥିବା ବେଳେ ଏହା ଏବେ ୭୨ ପଇସା ହୋଇଛି ।

ସେହିଭଳି ଡିଲକ୍ସ ବସ ଭଡା କିମି ପିଛା ୯୭ପଇସା ଥିବା ବେଳେ ୯୯ ପଇସା ହୋଇଛି ଏବଂ ଏସି ଡିଲକ୍ସ ବସ ଭଡା ପୂର୍ବରୁ ଟ ୧.୧୯ ପ ଥିବା ବେଳେ ଏବେ ଏହା ବଢ଼ି ଟ ୧.୨୧ ପ ହୋଇଛି ।

Related Posts