ତେଲ ଦର ବୃଦ୍ଧିକୁ ନେଇ ବଢ଼ିଲା ବସ ଭଡ଼ା

କଟକ: ଦେଶରେ ଲଗାତାର ଭାବେ ବୃଦ୍ଧି ପାଇବା ରେ ଲାଗିଛି ତେଲ ଦର । ଦଶ ଦିନ ମଧ୍ୟରେ ନବମ ଥର ପାଇଁ ତେଲ ଦର ବୃଦ୍ଧି ପାଇଛି । ଫଳରେ ବଢ଼ୁଥିବା ତେଲ ଦର କୁ ନେଇ ପୁଣି ବଢିଲା ବସ୍ ଭଡା । ତୈଳ ଦର ବଢୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଥିବା ବସ୍ ମାଲିକ ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି ।

ଲୋକାଲ୍ ବସ୍ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇ ଥିବାବେଳେ ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।

ସେହିଭଳି ଡିଲକ୍ସ ବସ ଭଡା 1.25 ପଇସାରୁ ବୃଦ୍ଧି ପାଇ କିମି 1.31 ପାଇସାରେ ପହଞ୍ଚିଛି ।

ଏସି ଡିଲକ୍ସ ବସ ଭଡା କିମି ପିଛା 1.53 ପାଇସାରୁ ବୃଦ୍ଧି ପାଇଁ 1.59 ପଇସା ହୋଇଛି ।

ସୁପର ପ୍ରିମିୟମ୍ ବସ ଭଡା କିମି ପିଛା 2.38 ପାଇସାରୁ ବଢି 2.47 ପଇସା ହୋଇଛି ।

ସୂଚନାଯୋଗ୍ୟ, ଆଜି(ଗୁରୁବାର) ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଛି । ଫଳରେ ୧୦ ଦିନ ମଧ୍ୟରେ ତେଲ ରେଟ୍ ପ୍ରାୟ ୬.୪୦ ଟଙ୍କା ମହଙ୍ଗା ହୋଇଛି ।

ବର୍ଦ୍ଧିତ ଦର ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୧.୮୧ ଟଙ୍କା ହୋଇଛି । ସେହିପରି ଡିଜେଲ ମଧ୍ୟ ୯୨.୨୭ ଟଙ୍କାରୁ ୯୩.୦୭ ଟଙ୍କାକୁ ବଢିଛି । ମୁମ୍ବାଇରେ ଡିଜେଲ ଏବେ ୧୦୦ ଟଙ୍କା ପାର୍ କରିଛି । ଏଠାରେ ତେଲ ଲିଟର ପିଛା ୮୪ ପଇସା ବୃଦ୍ଧି ସହ ଦର ଯଥାକ୍ରମେ ୧୧୬.୭୨ ଏବଂ ୧୦୦.୯୪ ଟଙ୍କାରେ ପହଞ୍ଚିଛି । ଯଦି ଚେନ୍ନାଇ କଥା କହିବା, ଏଠାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୭୬ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଫଳରେ ପେଟ୍ରୋଲ ଲିଟର ୧୦୭.୪୫ ଟଙ୍କା ଏବଂ ଡିଜେଲ ୯୭.୫୨ ଟଙ୍କା ହୋଇଯାଇଛି । କୋଲକାତାରେ ପେଟ୍ରୋଲ ୧୧୧.୩୫ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ମଧ୍ୟ ଶତକ ମୁହାଁ ହୋଇଛି । ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।

Related Posts