ଆଜି ଆସିବ 4 ରାଜ୍ୟର ବିଧାନସଭା ଉପନିର୍ବାଚନ ଫଳ

ସତ୍ୟପାଠ ବ୍ୟୁରେ: ଆଜି ଆସିବ 4ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ଫଳ । ସେପ୍ଟେମ୍ବର 23ରେ ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶର 4ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଫଳ ଆଜି ଆସିବ  । ଆଜି ସକାଳ 8ଟାରୁ ସେଠାରେ ଭୋଟ ଗଣତି ଜାରି ରହିଛି । ଶେଷ ସୂଚନା ଅନୁଯାୟୀ କଂଗ୍ରେସ ଓ ଏନ୍‌ସିପି ଗୋଟିଏ ଗୋଟିଏ ଆସନରେ ଆଗୁଆ ଥିବାବେଳେ ବିଜେପି 2ଟି ଆସନରେ ଆଗୁଆ ରହିଛି । ନିର୍ବାଚନ କମିସନଙ୍କ ଦ୍ବାରା ଛତିଶଗଡ଼ର ମାଓ ଅଧ୍ୟୁଷିତ ସନ୍ତେୱାଡ଼ା, କେରଳର ପାଲା, ତ୍ରିପୁରାର ବାଦରଘାଟ ଓ ଉତ୍ତରପ୍ରଦେଶର ହମୀରପୁର ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦନ୍ତେୱାଡା ଆସନରେ60.1 ପ୍ରତିଶତ ମତଦାନ ହୋଇଥିଲା । ସେହିଭଳି ଉତ୍ତରପ୍ରଦେଶର ହମୀପୁର 51% ପାଲା ଆସନରେ ୭୧.୪୩ ପ୍ରତିଶତ ଓ ବାଦରଘାଟରେ ୭୯.୨୯ ପ୍ରତିଶତ ମତଦାନ ହୋଇଥିଲା । ବାଦରପୁର ବିଧାନସଭା ଆସନରେ କଡ଼ା ଟକ୍କର ହେବାର ଅନୁମାନ କରାଯାଉଛି । ଏଠାରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦିଲୀପ ସରକାର ୨୦୧୮ ନିର୍ବାଚନରେ ବିଜୟୀ ହୋଇଥିଲେ । ତାଙ୍କର ମୃତ୍ୟୁ ପରେ ଆସନଟି ଖାଲି ପଡିଥିଲା ।  ତେଣୁ ସେଠାରେ ବିଜେପି ଅନୁକମ୍ପା ଭୋଟ ହାତେଇବା ନେଇ ଆଶାବାଦୀ ରହିଛି । 4ଟି ଆସନ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି କେରଳର ପାଲା ଆସନ । ଯେଉଁଠି 13 ଜଣ ପ୍ରାର୍ଥୀ ଉପନିର୍ବାଚନରେ ନିର୍ବାଚନ ଲଢ଼ୁଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ତଥା କେରଳ କଂଗ୍ରେସ (ଏମ୍)ର ନେତା କେ.ଏମ୍ ମଣିଙ୍କ ମୃତ୍ୟୁ ପରେ ସେଠାରେ ନିର୍ବାଚନ ହୋଇଛି ।

Related Posts