କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ; ନିଜ କଲାକର୍ମ ପାଇଁ ପଶ୍ଚାତାପ କରୁଛନ୍ତି ଶର୍ମିଷ୍ଠା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଗିରଫ ହୋଇ ବର୍ତ୍ତମାନ ଭଦ୍ରକ ଜେଲରେ ଅଛନ୍ତି । ସେପଟେ ଶର୍ମିଷ୍ଠା ରାଉତଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଭଦ୍ରକ ସବଜେଲର ମହିଳା କଏଦୀ ସେଲରେ ଏକାଠି ରଖାଯାଇଛି । ଏହା ମଧ୍ୟରେ ନିଜ କଲାକର୍ମ ପାଇଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ପଶ୍ଚାତାପ କରୁଥିବାର କଥା ସାମ୍ନାକୁ ଆସିଛି । ତେବେ ଜେଲ ସ୍ୱତ୍ରରୁ ସୂଚନା ମିଳିଛି ପ୍ରତିଦିନ ଝୁନା ଓ ଶର୍ମିଷ୍ଠା କାନ୍ଦୁଛନ୍ତି । ଏପରିକି ଠିକରେ ଖିଆପିଆ ମଧ୍ୟ କରୁନାହାନ୍ତି । ୨ଜଣଙ୍କ ଏଭଳି ଆଚରଣ ଦେଖି ଜଣାପଡ଼ୁଛି ହୁଏତ ନିଜ କଲା କର୍ମ ପାଇଁ ଦୁହେଁ ପଶ୍ଚାତାପ କରୁଛନ୍ତି ।

ସେପଟେ ଏହି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଓଇଏସ ଅଧିକାରୀ ନିରଂଜନ ସେଠୀ ଏବେ ଭଦ୍ରକ ସବଜେଲର ୯ ନମ୍ବର ସେଲରେ ଅଛନ୍ତି । ମାନସ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ସୁଦ୍ଧା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଏହି ପୂର୍ବତନ ବୈଷୟିକ ନିର୍ଦ୍ଦେଶକଙ୍କ ମନରେ କୌଣସି ଅନୁଶୋଚନା ନାହିଁ । କାରଣ ଜେଲରେ ବେଶ ସ୍ୱାଭାବିକ ଜଣାପଡ଼ୁଛନ୍ତି ନିରଂଜନ ସେଠୀ । ମାନସ ହତ୍ୟା ମାମଲାରେ ଏମାନଙ୍କ ବିରୋଧରେ କ୍ରାଇମବ୍ରାଂଚର ତଦନ୍ତ ଜାରି ରହିଛି ।

Related Posts