ଦକ୍ଷିଣୀ ଷ୍ଟାର୍ ଚିୟାନ୍ ବିକ୍ରମ୍‌ ଙ୍କୁ ହୃଦ୍‌ଘାତ ! ଚେନ୍ନାଇର କୌଭେରି ହସ୍‌ପିଟାଲ୍‌ରେ ଭର୍ତ୍ତି

ଚେନ୍ନାଇ: ଦେଶରେ ଏବେ ବଡ଼ ସ୍ୱାସ୍ଥ୍ୟ ଗତ ସମସ୍ୟା ଭାବରେ ଉଭା ହୋଇଛି ହୃଦ୍‌ଘାତ । ବର୍ଷକୁ ହଜାର ହଜାରଲୋକଙ୍କ ମୃତ୍ୟୁ ଘଟୁଛି । ସବୁବେଳେ ଫିଟ ରହୁଥିବା କ୍ରୀଡ଼ାବିତ ଓ ଫିଲ୍ମ ଷ୍ଟାର୍‌ମାନେ ବି ଅନେକ ସମୟରେ ହୃଦ୍‌ଘାତରେ ଶିକାର ହେଉଛନ୍ତି। ନିକଟରେ ଦକ୍ଷିଣ ଭାରତୀୟ ଷ୍ଟାର୍ ପୁନୀତ ରାଜକୁମାରଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ଏବେ ଆଉଜଣେ ଦକ୍ଷିଣୀ ଷ୍ଟାର୍ ଚିୟାନ୍ ବିକ୍ରମ୍‌ ମଧ୍ୟ ହୃଦ୍‌ଘାତରେ ଶିକାର ହୋଇଛନ୍ତି।

ଗତକାଲି(ଜୁଲାଇ ୭) ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚେନ୍ନାଇର କୌଭେରି ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ଏଞ୍ଜିଓ ଗ୍ରାମ୍ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି। ଆଜି ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆଜି ଚିୟାନ ବିକ୍ରମଙ୍କର ଅପ୍‌ କମିଂ ଫିଲ୍ମ ପୋନିୟନ ସେଲ୍‌ଭନ-୧ର ଟିଜର ରିଲିଜ୍ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।

ସୂଚନା ଥାଉକି, ଚିୟାନ ବିକ୍ରମ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଖୁବ୍ ଲୋକପ୍ରିୟ ଅଭିନେତା। ସେ ପୂର୍ବରୁ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଶେଷ ଥର ପାଇଁ ତାଙ୍କୁ କାର୍ତିକ ସୁବ୍ବାରାଜା ମହାନରେ ଦେଖାଯାଇଥିଲା। ଯାହା ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିଲା। ଏବେ ତାଙ୍କର ପୋନିୟନ ସେଲ୍‌ଭନ-୧ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି ।

ତାଙ୍କର ଏହିପରି ହଟାତ୍ ସ୍ଵାସ୍ଥ୍ୟ ଖରାପ ହେବା ଖବର ଶୁଣି ପ୍ରଶଂସକ ଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି ।

Related Posts