କ୍ୟାମ୍ପବେଲ ୱିଲସନ ହେବେ ଏୟାର ଇଣ୍ଡିଆର ନୂଆ ସିଇଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମ୍ପବେଲ ୱିଲସନ ହେବେ ଏୟାର ଇଣ୍ଡିଆର ନୂଆ ସିଇଓ । ଏୟାର ଇଣ୍ଡିଆ ଟାଟାକୁ ଯିବା ପରେ ସିଇଓ ପଦ ନିଯୁକ୍ତି ନେଇ ବିବାଦ ଦେଖାଦେଇଥିଲା। ତୁର୍କି ନାଗରିକ ଇଲକର ଆୟସୀଙ୍କୁ ପ୍ରଥମେ ନିଯୁକ୍ତି ଦେଇଥିଲା କମ୍ପାନୀ। ହେଲେ ନିୟମ ଅନୁସାରେ ଇଲକଙ୍କର ଯାଞ୍ଚ ହେବା ପରେ ଇଲକର ନିଜେ ଏହି ପଦବୀକୁ ପ୍ରତ୍ୟାକ୍ଷାନ କରିଥିଲେ। ଏବେ କମ୍ପାନୀ କ୍ୟାମ୍ପବେଲ ୱିଲ୍ସନଙ୍କୁ ଏୟାର ଇଣ୍ଡିଆର ସିଇଓ ନିଯୁକ୍ତି ଦେଇଛି ଟାଟା ସନ୍ସ।

ଟାଟା ସନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୫୦ ବର୍ଷୀୟ କ୍ୟାମ୍ପାବେଲ ୱିଲ୍ସନଙ୍କ ପାଖରେ ବିମାନଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ରହିଛି। ଏୟାର ଇଣ୍ଡିଆର ନିର୍ଦ୍ଦେଶକ କମିଟି ୱିଲସନଙ୍କ ନାକୁ ସିଇଓ ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ଏବେ ବି ରେଗୁଲେଟରୋୀ ଅପ୍ରୁଭାଲ ଆସିବା ବାକି ରହିଛି।

Related Posts