(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ପଞ୍ଜାବ କଂଗ୍ରେସ ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ। କୁହାଯାଉଛି ଯେ କଂଗ୍ରେସ ହାଇକମାଣ୍ଡ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ।  ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ପଞ୍ଜାବର ସିଏମ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଅପରାହ୍ନରେ ବିଧାୟକଙ୍କ ବୈଠକ ଡାକିଛନ୍ତି।  ଅମରିନ୍ଦରଙ୍କ ଇସ୍ତଫା ପରେ ପଞ୍ଜାବର ନୂତନ ସିଏମ୍ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପଦବୀ ପାଇଁ ବର୍ତ୍ତମାନ ତିନୋଟି ନାମ ଉପରେ ଜୋରଦାର ଚର୍ଚ୍ଚା ହେଉଛି। 

ଏହା ମଧ୍ୟରେ ପଞ୍ଜାବରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ । ବିମାନବନ୍ଦରରେ ଅଜୟଙ୍କୁ ସିଦ୍ଧୁ ସ୍ୱାଗତ କରିଛନ୍ତି । ସନ୍ଧ୍ୟାରେ କଂଗ୍ରେସର ବିଧାୟକ ଦଳ ବସିବାକୁ ଯାଉଛି, ଯେଉଁଥିରେ କଂଗ୍ରେସର ନୂଆ ବିଧାୟକ ଦଳ ନେତା ବଛାଯିବ ବୋଲି କୁହାଯାଉଛି । ତାଙ୍କ ସ୍ଥାନରେ ନବଜୋତ୍‌ ସିଂହ ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ସେହିପରି ଦଳର ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି।   ସୁନୀଲ ଜାଖର ଶନିବାର ଟ୍ୱିଟ୍ କରି କହିଛନ୍ତି,  ‘ ରାହୁଲ ଗାନ୍ଧୀ, ଆପଣ ଏହି ଜଟିଳ ରହସ୍ୟର ପଞ୍ଜାବୀ ସଂସ୍କରଣର ସମାଧାନ ପାଇଁ ଏକ ଉପାୟ ବାହାର କରିଛନ୍ତି।  ଆଶ୍ଚର୍ଯ୍ୟର କଥା ହେଉଛି, ନେତୃତ୍ୱର ଏହି ନିର୍ଭୀକ ନିଷ୍ପତ୍ତି କେବଳ ପଞ୍ଜାବ କଂଗ୍ରେସର କଳହକୁ ସମାପ୍ତ କରିନାହିଁ, ବରଂ ଏହା ସମସ୍ତଙ୍କୁ ବିସ୍ମିତ କରି ଅକାଳୀଙ୍କ ମୂଳଦୁଆ ଦୋହଲାଇ ଦେଇଛନ୍ତି। ” 

ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ପରଗତ ସିଂ ସୂଚନା ଦେଇଛନ୍ତି ଯେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସିଏମ ପଦରୁ ଇସ୍ତଫା ଦେବାକୁ କୁହାଯାଇଛି ଏବଂ ଅମ୍ବିକା ସୋନି, ସୁନୀଲ ଜାଖର ଏବଂ ଅନ୍ୟମାନଙ୍କ ନାମ ସିଏମ ପଦ ପାଇଁ ଆସିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।  ଏହି ପ୍ରସଙ୍ଗଗୁଡ଼ିକ ବୈଠକରେ ଆଲୋଚନା ହେବ।  ପଞ୍ଜାବ ସିଏମ୍ ଦୌଡ଼ରେ ଅମ୍ବିକା ସୋନିଙ୍କ ନାମ ମଧ୍ୟ ଦେଖାଯାଉଛି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, କଂଗ୍ରେସ ଅନୁଭବ କରୁଛି ଯେ ସିଦ୍ଧୁ ଯଦି ଜଣେ ବିରୋଧୀଙ୍କ ସହ ସବୁବେଳେ ଝଗଡାରେ ଜଡିତ ରୁହନ୍ତି ତେବେ ଦଳକୁ କ୍ଷତି ପହଞ୍ଚିବ। ପାଇଁ