ବଲିଉଡ୍‌ରେ ପୁଣି ଶୋକର ଛାୟା: ପଞ୍ଚମ ମହଲାରୁ ଖସିପଡି ବଲିଉଡ୍ ନିର୍ଦେଶକଙ୍କ ପୁଅର ମୃତ୍ୟୁ

ହୋଲି ଉତ୍ସବକୁ ନେଇ ସମଗ୍ର ବଲିଉଡ଼ରେ ଖୁସିର ଲହରୀ ଥିବା ବେଳେ, ଆସିଛି ଏକ ଦୁଃଖଦ ଖବର । ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ତୋରବାଜ’ ନିର୍ଦ୍ଦେଶକ ଗିରିଶ ମଲିକଙ୍କ ଘରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗତକାଲି ଅର୍ଥାତ୍‌ ଶୁକ୍ରବାର ଦିନ ଗିରିଶଙ୍କ ପୁଅ ମନନ ପଞ୍ଚମ ମହଲାରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି। ଗିରିଶ ନିଜେ ବିଲଡିଂରୁ ଡେଇଁପଡିଛନ୍ତି ନା ଏହା ପଛରେ ଷଡଯନ୍ତ୍ର ଅଛି ଏପର୍ଯ୍ୟନ୍ତ ତାହାର କୌଣସି ସୂଚନା ମିଳି ନାହିଁ। ଯେଉଁ ବିଲଡିଂରୁ ମନନଙ୍କର ହେତୁ ମୃତ୍ୟୁ ହୋଇଥିଲା, ତାହାର ନାମ ଓବେରୋଇ ସ୍ପ୍ରିଙ୍ଗ୍ସ ଏବଂ ଏହା ଫେମ ଆଡଲାବ୍ସ ସାମ୍ନାରେ ଅଟେ।

ମନନ୍ ଏହି ବିଲ୍ଡିଂର ଏ-ୱିଙ୍ଗରେ ରହୁଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନନ୍ ହୋଲି ଖେଳିବାକୁ ଯାଇ ଅପରାହ୍ନରେ ଘରକୁ ଫେରିଥିଲେ। ପରେ ପଞ୍ଚମ ମହଲାରୁ ଖସିଯିବା ପରେ ତାଙ୍କୁ ତୁରନ୍ତ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଘଟଣାକୁ ନେଇ ଗିରିଶ ମଲିକଙ୍କ ପାର୍ଟନର ଥିବା ପୁନିତ୍‌ ସିଂ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ମଲିକଙ୍କ ପୁଅ ଆଉ ନାହାଁନ୍ତି ଏବଂ ବର୍ତ୍ତମାନ ଯାହା ଘଟିଛି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ। ଆମେ ବର୍ତ୍ତମାନ କହିବା ସ୍ଥିତିରେ ନାହୁଁ ।

ମନନଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରକୁ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି ।

Related Posts