ପୁଲିସ ଉପରକୁ ଛେପ ପକାଇବା ମାମଲା; ପାଟିରେ ପଶିଥିବା ମଇଳା ବାହାର କରୁଥିଲି ବୋଲି କହିଲେ କଂଗ୍ରେସ ନେତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଲିସ ଉପରକୁ ଛେପ ପକାଇବାକୁ ନେଇ କଂଗ୍ରେସ ନେତ୍ରୀଙ୍କୁ ସାରା ଦେଶରେ ସମାଲୋଚନା କରାଯାଉଛି । ସେପଟେ କଂଗ୍ରେସର ସତ୍ୟାଗ୍ରହ ପ୍ରଦର୍ଶନର ଏକ ଭିଡିଓ ଭାଇରାଲ ହୋଇଥିଳା ଯେଉଁଥିରେ ମହିଳା କଂଗ୍ରେସ ସଭାପତି ନେଟ୍ଟା ଡି’ସୁଜାଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ଛେପ ପକାଉଥିବାର ଦେଖାଯାଉଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀଦଳର ନେତାମାନେ ନେଟ୍ଟା ଡି’ସୁଜାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।ସମାଲୋଚାର ଶିକାର ହେବା ପରେ ମହିଳା କଂଗ୍ରେସ ସଭାପତି ନେଟ୍ଟା ଡି’ସୁଜା ନିଜେ ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି।

ନେଟା ଡି’ସୁଜା କହିଛନ୍ତି ଯେ ସେ ଛେପ ପକାଉ ନଥିଲେ। ଯେତେବେଳେ ପୁଲିସ ତାଙ୍କୁ ହେପାଜତକୁ ନେଉଥିଲା, ସେତେବେଳେ ତାଙ୍କ ପାଟି ଭିତରକୁ କିଛି ମଇଳା ଚାଲି ଯାଇଥିଲା। ସେଥିପାଇଁ ସେ ଏହାକୁ କାଢ଼ିଥିଲେ। ପୁଲିସକୁ ଏଭଳି ଛେପ ପକାଇ ଅସମ୍ମାନ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts