ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା; ଶିଷ୍ୟଙ୍କ ବିରୋଧରେ ରୁଜୁ ହେଲା ମାମଲା

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ବର୍ତ୍ତମାନ ସାରା ଦେଶରେ ଅଖିଳ ଭାରତ ଅଖରା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ମହନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ନାମରେ ମାମଲା ରୁଜୁ ହୋଇଥିବାର କଥା ସାମ୍ନାକୁ ଆସିଛି । ଏନେଇ ପୁଲିସ ପ୍ରବକ୍ତା ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ଶିଷ୍ୟଙ୍କ ବିରୋଧରେ ଆଇପିସି ଧାରା ୩୦୬ ଅନୁସାରେ ମାମଲା ରୁଜୁ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି । ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଆରୋପ ହୋଇଛି। ପୋଲିସ ହାତରେ ଗୁରୁତ୍ତ୍ୱପୂର୍ଣ ସୁରାକ ମଧ୍ୟ ପଡିଛି ବୋଲି କୁହାଯାଉଛି। ଅପରପକ୍ଷରେ ନରେନ୍ଦ୍ର ଗିରିଙ୍କ ସୁଈସାଇଡ ନୋଟରେ ଆନନ୍ଦ ଗିରିଙ୍କ ଛଡା ହନୁମାନ ମନ୍ଦିର ମୁଖ୍ୟ ପୂଜାରୀ ଆଦ୍ୟ ପ୍ରସାଦ ଓ ତାଙ୍କ ପୁଅ ସନ୍ଦୀପ ମଧ୍ୟ ହଇରାଣ କରୁଥିବା ଅଭିଯୋଗ ରହିଛି।

ପୋଲିସ କହିଛି ଯେ ସୁଈସାଇଡ ନୋଟ ଓ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାମଲାରେ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ସୋମବାର ଦିନ ଶ୍ୟାମପୁର କାଙ୍ଗଡି ସ୍ଥିତ ତାଙ୍କ ଆଶ୍ରମରୁ ହାଜତକୁ ନେଇଥିଲା। ସୋମବାର ରାତିରେ ମନ୍ଦିରର ମୁଖ୍ୟ ପୂଜାରୀ ଆଦ୍ୟ ପ୍ରସାଦ ଓ ତାଙ୍କ ପୁଅ ସନ୍ଦୀପଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପଟେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ମଠର ଏକ କୋଠରୀରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

Related Posts