ଆସିଲା ସଙ୍ଗୀନ ଅଭିଯୋଗ; ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କଲେ ବିଦ୍ୟୁତ ବିଭାଗ ଯନ୍ତ୍ରୀ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ସାମ୍ନାକୁ ଆସିଛି ଏକ ନିନ୍ଦନୀୟ ଘଟଣା । ତେବେ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି । ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି । ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଥିବାାବେଳେ ଆଉ ଜଣେ ଗଣେଶ ସାହୁ ବୋଲି ଜଣାପଡିଛି । ଅତ୍ୟଧିକ ନିଶାରୁ ଯୁବତୀ ଜଣଙ୍କ ଘରୁ ପଦାକୁ ଆସି ହଙ୍ଗାମା କରିବା ପରେ ପୋଲିସ ଖବର ପାଇ ରାସ୍ତାରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନକୁ ରେକର୍ଡ କରିବା ସହ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଯୁବତୀ ଜଣଙ୍କ ସୁବଲୟା ଅଞ୍ଚଳର ବୋଲି ଜଣାପଡ଼ିଛି । ଯୁବତୀ ଜଣଙ୍କ ସମ୍ବଲପୁର ଯାଉଥିବା ବେଳେ ଯୁବତୀଙ୍କୁ ଅଧା ବାଟରୁ ଉଠେଇ ନେଇଥିଲେ ସମ୍ପୃକ୍ତ ବ୍ୟକ୍ତି । ପରେ ଯୁବତୀଙ୍କୁ ନିଶାସକ୍ତ କରି ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅତ୍ୟଧିକ ନିଶା ହୋଇଯିବାରୁ ଯୁବତୀ ଜଣଙ୍କ ଘରୁ ପଦାକୁ ବାହାରି ଆସି ହଙ୍ଗାମା କରିଥିଲେ। ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଦୁଇ ଯୁବକ ତା ସହିତ ଅସଦାଚରଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁଲିସ ପ୍ରିଭେନସନ ଅଫ ଇମମୋରାଲ ଟ୍ରାଫିକିଂ ଆକ୍ଟ ଓ ଭାରତୀୟ ପିଙ୍ଗଳ ଆଇନ ୩୭୦(୨) ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Posts