NGTଙ୍କ କଡ଼ା ନିର୍ଦ୍ଦେଶ—ବେଆଇନ ବାଲି ଖନନରେ FIR ବାଧ୍ୟତାମୂଳକ! ଓଡ଼ିଶାରେ ବାଲି ମାଫିଆଙ୍କୁ କିଏ ଦେଉଥିଲା ସୁରକ୍ଷା?
ସତ୍ୟ ପ୍ରକାଶ ନାୟକ ଭୁବନେଶ୍ୱର, 06/10/2026: ବାଲି ଚୋରି କର। ଧରାପଡ଼ିଲେ ଜରିମାନା ଦିଅ। ତା’…
ସତ୍ୟ ପ୍ରକାଶ ନାୟକ ଭୁବନେଶ୍ୱର, 06/10/2026: ବାଲି ଚୋରି କର। ଧରାପଡ଼ିଲେ ଜରିମାନା ଦିଅ। ତା’…
ସତ୍ୟପାଠ | ଭୁବନେଶ୍ୱର | ୨୩ ଅକ୍ଟୋବର ୨୦୨୬: ସିଜିମାଳିରେ ବେଦାନ୍ତର ବକ୍ସାଇଟ୍ ଖଣି ପ୍ରକଳ୍ପକୁ ବି…
ଗଙ୍ଗା ନଦୀରେ ବଡ଼ ଅଘଟଣ। ଭୋଜି ପାଇଁ ଯିବାବେଳେ ବୁଡ଼ିଗଲା ଡଙ୍ଗା। ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ବିହାର ହାଜିପୁର ଜିଲ୍ଲା ରାମପୁର ଶ୍ୟାମଚାନ୍ଦ ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ନାବାଳକ ଅଛନ୍ତି। ରାମପୁର ଶ୍ୟାମଚନ୍ଦ ଗାଁ ନିକଟ ଗଙ୍ଗା ନଦୀରେ ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଛୋଟ ଡଙ୍ଗା ନଦୀର ପ୍ରବଳ ସ୍ରୋତ ଏବଂ ଅତ୍ୟଧିକ ବୋଝ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଓ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ମେଣ୍ଟର ୧୧ ଜଣ ପ୍ରମୁଖ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟ ଫି’ରେ ୨୨୦ ଟଙ୍କା କମ୍ ରହିବା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରିଚୟ ପତ୍ରର ଅସ୍ପଷ୍ଟ ଫଟୋକପି ଏବଂ ୧୧ ଜଣ ଆବେଦନକାରୀଙ୍କ ମଧ୍ୟରୁ ୯ ଜଣଙ୍କର ''ବକାଲତନାମା'' ନଥିବା ଭଳି ମୋଟ ୧୪ଟି ତ୍ରୁଟି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଦର୍ଶାଇବା ପରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇପାରି ନାହିଁ।
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗରରେ ଏକ ଉପରି ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଅଧିକ ସଂଗଠିତ ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ।
ରାଜଧାନୀ ଭୁବନେଶ୍ୱରରେ ଡ୍ରେନ୍ ସଫା ବେଳେ ଅଘଟଣ । ଜେସିବି ମାଡ଼ରେ ଫାଟିଲା ଗ୍ୟାସ୍ ପାଇପ୍ । ଦୀର୍ଘ ୪୦ ମିନିଟ୍ ଧରି ଗ୍ୟାସ୍ ଲିକ୍ ହେବାରୁ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଗତକାଲି ରାତିରେ ପ୍ରାୟ ୧୧ଟା ବେଳେ ଭୁବନେଶ୍ବର ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଘଟିଛି ଏଭଳି ଅଘଟଣ । ଡ୍ରେନ୍ ସଫା କାମ ଚାଲିଥିବା ସମୟରେ ଜେସିବି ମାଡ଼ରେ ଗ୍ୟାସ୍ ପାଇପ୍ ଫାଟିଯାଇଥିବା ସୂଚନା ମିଳିଛି ।
ଆଜି ଜନ୍ମଦିନରେ ଜଳିଲା ସହିଦ ଭି ତେଜାଙ୍କ ଜୁଇ I ପଞ୍ଚ ଭୂତରେ ଲୀନ ହେଲେ ସହିଦ ଯବାନ। ନାଗାଲାଣ୍ଡରେ ସହିଦ ହୋଇଥିବା ଭି ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା I ଗାର୍ଡ ଅଫ ଅନର ପ୍ରଦାନ ସମୟରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ରାୟଗଡା ବିଧାୟକ ଅପଲା ସ୍ୱାମୀ କାଡ୍ରାକା ଓ ହଜାର ହଜାର ଲୋକ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ I
୨୦୨୬ ମସିହାର ଭୌତିକ ବିଜ୍ଞାନ ନୋବେଲ୍ ପୁରସ୍କାର ପାଇଁ ବେଲଜିୟମ୍ରେ ଜନ୍ମିତ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲ୍ଜେନଙ୍କୁ ଚୟନ କରାଯାଇଛି। ଆଇସ୍କ୍ୟୁବ୍ ନ୍ୟୁଟ୍ରିନୋ ଅବଜର୍ଭେଟୋରି ପ୍ରତି ତାଙ୍କର ନିର୍ଣ୍ଣାୟକ ଅବଦାନ ଏବଂ ଖଗୋଳୀୟ ଉତ୍ସରୁ ଆସୁଥିବା ଉଚ୍ଚ-ଶକ୍ତିସମ୍ପନ୍ନ ନ୍ୟୁଟ୍ରିନୋର ଆବିଷ୍କାର ପାଇଁ ରୟାଲ୍ ସ୍ୱିଡିଶ୍ ଏକାଡେମି ଅଫ୍ ସାଇନ୍ସେସ୍ ତାଙ୍କୁ ଏହି ସମ୍ମାନ ଦେଇଛି।
ଖାଦ୍ୟ ଅନ୍ବେଷଣରେ ଆସି ଘରେ ପଶିଲା ବାଘ। କଲରାପତରିଆ ବାଘ ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ଝିଟିକି ଗାଁରେ ବାଘକୁ ନେଇ କୋକୁଆ ଭୟ ଦେଖାଯାଇଛି। ବିଳମ୍ବିତ ରାତିରେ ନର୍ରା ନିକଟ ଝିଟିକି ଗାଁକୁ ସୁନାବେଡ଼ା ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ ପଶି ଆସିଥିଲା ।
ଚଳିତ ବର୍ଷ ଦ୍ୱିତୀୟଥର ପାଇଁ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟ ଛୁଇଁଥିଲା। ପରେ ବର୍ଷା ହେବାରୁ ଜଳସ୍ତରକୁ ୧ ଫୁଟ ପର୍ଯ୍ୟନ୍ତ କମାଯାଇଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫୦ ହଜାର ୯୬୦ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାର୍ଗ ଦେଇ ହାରାହାରି ୫୦ ହଜାର ୯୬୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।
ବରଗଡ଼ ଜିଲ୍ଲା ଆମ୍ବଭାନା ବ୍ଲକ ଅଞ୍ଚଳର ମହାନଦୀ କୂଳିଆ ଚିଖିଲୀ, ଅନ୍ତରଆଡ଼ି, ଘୁଙ୍ଘୁରାପାଲି, ଭେଇନୋପଦର୍ ଆଦି ଗାଁରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ, ସାଂସଦ ଓ ବିଧାୟକ। ବନ୍ୟାରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ।
ପୁଣି ଡରାଇଲାଣି ଅକ୍ଟୋବର! ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା। ଆନ୍ଧ୍ର-ଓଡ଼ିଶା ଉପକୂଳମୁହାଁ ହେଉଛି ଘୂର୍ଣ୍ଣିବଳୟ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିବାରେ ଲାଗିଛି। ଅକ୍ଟୋବର ମାସ ଆରମ୍ଭରୁ ପୁଣିଥରେ ବଙ୍ଗୋପସାଗରରେ ପ୍ରକୃତିର ରୂପ ବଦଳିବାରେ ଲାଗିଛି। ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁ ଆରମ୍ଭ ହୋଇସାରିଥିବା ବେଳେ ପାଣିପାଗ ବିଭାଗର ଏହି ଆକଳନ ଚିନ୍ତା ବଢ଼ାଇ ଦେଇଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଭାରତୀୟ ପ୍ରତିନିଧି ଦଳ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ଇସଲାମାବାଦରେ ପହଞ୍ଚିଛନ୍ତି । ଭାରତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଜାତୀୟ ସଂଯୋଜକଙ୍କ ବୈଠକରେ ଅଂଶଗ୍ରହଣ କରୁଛି। ଏହି ବୈଠକରେ ପାକିସ୍ତାନର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର କ୍ୟାଲେଣ୍ଡରକୁ ଅନୁମୋଦନ କରାଯିବ।
ଫୁଲୁଛି ମହାନଦୀ । ଉପରମୁଣ୍ଡ ଓ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ହୀରାକୁଦର ୩୦ଟି ଗେଟ୍ ଖୋଲିଛି । ଉପରମୁଣ୍ଡରୁ ଆସୁଥିବା ପାଣି ପହଞ୍ଚିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି । ମହାନଦୀରେ ଛୋଟ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ।
ବରଗଡ଼ ବିଜେପୁର ନିକଟରେ ଭାରସାମ୍ୟ ହରାଇ ଏକ ସ୍କୋର୍ପିଓ ଗାଡ଼ି ଓଲଟି ପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତିଲେ ୨ ଯାତ୍ରୀ। ସ୍କୋର୍ପିଓ ଗାଡ଼ିଟି ତାଳପଦର ପଟୁ ବିଜେପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବାବେଳେ ଉତ୍ତାଳି ନଦୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ଦୁଇଜଣ ଥିଲେ। ଗାଡ଼ି ଓଲଟି ପଡ଼ିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସିଥିଲେ।
ହୀରାକୁଦ ଜଳଭଣ୍ଡାରର ୨୮ଟି ସ୍ଲୁଇସ୍ ଗେଟ୍ ଖୋଲାଯିବା ଫଳରେ ପଛୁଆ ଜଳ (ବ୍ୟାକ୍ ୱାଟର୍) ପ୍ରଭାବରେ ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ଘୁଗୁରାପାଲି ଓ ବେନିଆପାଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପଦପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ, ପଞ୍ଚାୟତ ସମିତି, ଅଗ୍ନିଶମ ବାହିନୀ ଏବଂ ପୋଲିସ ପ୍ରଶାସନର ଏକ ମିଳିତ ଟିମ୍ ଦ୍ୱାରା ତୁରନ୍ତ ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି।
ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଖଲ୍ଲିକୋଟ ବ୍ଲକ କୋମଣ୍ଡ ପଞ୍ଚାୟତ ବଡରାମପଲ୍ଲୀ ଅଞ୍ଚଳରେ ଦେଖାଦେଇଛି ବନ୍ୟା ସ୍ଥିତି । ବଡରାମପଲ୍ଲୀରୁ ବିଳାସପୁର ରାସ୍ତାରେ ଏବେ ବି ପ୍ରାୟ ୫ ଫୁଟ ଉଚ୍ଚରେ ଚାଲିଛି ବନ୍ୟା ପାଣି । ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଖରଖରି ନାଳରେ ପାଣି ବଢ଼ିବା ପରେ ବଡରାମପଲ୍ଲୀ ଅଞ୍ଚଳରେ ଉପୁଜିଛି ବନ୍ୟା ସ୍ଥିତି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟରେ ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗୁରୁବାର ମଧ୍ୟରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି।