ସୌମ୍ୟରଞ୍ଜନ ମୃତ୍ୟୁ ମାମଲା… ଗଙ୍ଗୱାରଙ୍କ ସାଂଘାତିକ କାରନାମା, ଘର କାମ କରୁଥିଲେ ୮ କନେଷ୍ଟବଳ
ଭୁବନେଶ୍ବର() ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ADG ଦୟାଲ ଗଙ୍ଗୱାରଙ୍କ କଳା କାରନାମା। କ୍ରାଇମବ୍ରାଞ୍ଚ ରିପୋର୍ଟ ଅଧାରରେ ପୋଲିସ ଡିଜି ଗୃହ ବିଭାଗକୁ ଦେଇଥିବା କନଫିଡେନସିଆଲ୍ ରିପୋର୍ଟ ପାଇବା ପରେ କାର୍ଯ୍ୟନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ। ଦୟାଲ ଗଙ୍ଗୱାରଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତେବେ ଏହି ରିପୋର୍ଟରୁ ଜଣାପଡ଼ିଛି, ଗଙ୍ଗୱାର ନିଜ ଘରେ ମୃତ GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସମେତ ୮ କନେଷ୍ଟବଳଙ୍କୁ କାମ କରାଉଥିଲେ।
